ମା’ର ଶବକୁ ଜଗିଛି ଦୁଇ ବର୍ଷର ପୁଅ

Advertisment
ସ୍ତ୍ରୀଙ୍କ ପରେ ବିଷ ପିଇ ଆତ୍ମହତ୍ୟା କଲେ ସ୍ବାମୀ, ଅନାଥ ହୋଇଗଲେ ତିନି ସନ୍ତାନ

Image Courtesy of India.com

ଭବାନୀପାଟଣା : ଭବାନୀପାଟଣା ସହରରେ ଶନିବାର ଦିନ ଜଣେ ମହିଳା ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ବେଳେ ମା’ର ଶବକୁ ଦୁଇବର୍ଷର ପୁଅ ଜଗି ରହିବା ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା।

ମିଳିଥିବା ସୂଚନା ଅନୁସ‌ାରେ, ଶନିବାର ସକାଳୁ ଭବାନୀପାଟଣା ଟାଉନଥାନା ଅନ୍ତର୍ଗତ ଦର୍ପଣ ସାଗରପଡ଼ାର ଏକ ଭଡ଼ା ଘରୁ ଜଣେ ମହିଳାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ମୃତ ମହିଳା ଜଣକ ରମ୍ଭା ରାଉତ। ସେ ବିଳମ୍ବିତ ରାତିରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ମହିଳାଙ୍କ ଦୁଇ ବର୍ଷର ପୁଅ ଶବକୁ ଜଗି ରହିବା ସହ ମାଆକୁ ଉଠାଇବା ପାଇଁ ବାରମ୍ବାର ଚେଷ୍ଟା କରୁଥିଲା। ମାଆର ଚାରିପଟରେ ଘୂରି ବୁଲୁଥିଲା। ପଡ଼ା ଲୋକେ ଏହି ଘଟଣା ଦେଖିବା ପରେ ଟାଉନଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଭବାନୀପାଟଣା ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ମହିଳା ଜଣକ ଲାଞ୍ଜିଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କ ସ୍ବାମୀ ଗଂଗାଧର ରାଉତ ବହୁଦିନ ହେବ କେଉଁଆଡ଼େ ଚାଲିଯାଇଛନ୍ତି। ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe