ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍‌ରେ ୨ ବର୍ଷ ବୟସର ବାଳକ ଦିବ୍ୟାଂଶ

Advertisment
ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍‌ରେ ୨ ବର୍ଷ ବୟସର ବାଳକ ଦିବ୍ୟାଂଶ

ଡାବୁଗାଁ: ଦିବ୍ୟାଂଶ ପଣ୍ଡା। ବୟସ ମାତ୍ର ୨ ବର୍ଷ।, କିନ୍ତୁ ଏହି ବାଳକର ବିଚକ୍ଷଣ ବୁଦ୍ଧି ତଥା ଅସୀମ ସ୍ମରଣ ଶକ୍ତି ଯୋଗୁ ଆଜି ସେ ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ନିଜ ନାମ ସ୍ଥାନିତ କରି ପୁରସ୍କୃତ ହେବା ସହ ଗର୍ବ ଓ ଗୌରବ ଆଣିଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ଜୟନ୍ତୀନଗରରେ ରହୁଥିବା ଶିକ୍ଷକ ହେମନ୍ତ କୁମାର ପଣ୍ଡା (ପପ୍ପୁ) ଓ ସହଧର୍ମିଣୀ ଶିକ୍ଷୟତ୍ରୀ ସୁଭସ୍ମିତା ପାଢ଼ୀଙ୍କ ଦୁଇ ବର୍ଷର ସନ୍ତାନ ଦିବ୍ୟାଂଶ ପଣ୍ଡା କଥା ସ୍ପଷ୍ଟ ଭାଷାରେ କହି ପାରୁ ନାହିଁ। ବାଲ୍ୟ କାଳରେ ଛୋଟ ଶିଶୁଙ୍କ ପ୍ରାୟତଃ ହସିବା, ଖେଳିବା ଅଳିଅଳ କରୁଥିବା ଦେଖା ଯାଇଥାଏ। କିନ୍ତୁ ଦିବ୍ୟାଂଶଙ୍କ ପ୍ରଖୋର ସ୍ମୃତି ଶକ୍ତି ଯୋଗୁଁ ଆଚମ୍ବିତ କଲା ଭଳି ଅଧିକାଂଶ ଜିନିଷ ମନେ ରଖିବା ପରିବାର ଲୋକଙ୍କୁ ଆଶ୍ଚାର୍ଯ୍ୟ କରିଥିଲା।

୨୦୨୨ ମାର୍ଚ୍ଚରେ ହେମନ୍ତ ପଣ୍ଡା ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ବୁକ ଅଫ୍‌ ରେକର୍ଡ ସଂସ୍ଥା ଦ୍ଵାରା ପରିଚାଳିତ ପ୍ରତିଭା ଅନ୍ଵେଷଣ ପାଇଁ ଅନ୍‌ଲାଇନ୍‌ରେ ଖବର ଜାଣିବା ପରେ ନିଜ ପୁଅ ଦିବ୍ୟାଂଶର ନାମ ପଞ୍ଜିକୃତ କରିଥିଲେ। ନାମ ପଞ୍ଜିକୃତ ପରେ ପୁଅର ଆବଶ୍ୟକ ତଥ୍ୟ ସଂପୃକ୍ତ ସଂସ୍ଥାକୁ ପ୍ରଦାନ କରିଥିଲେ। ପରେ ଉକ୍ତ ସଂସ୍ଥା ପିଲାର ବିଭିନ୍ନ କାର୍ଯ୍ୟକଳାପ ର ଭିଡିଓ ମାଗିଥିଲେ। ଦିବ୍ୟାଂଶର ୨୦ଟି ଛୋଟ ଛୋଟ ଭିଡିଓ ପ୍ରସ୍ତୁତ କରି ଉକ୍ତ ସଂସ୍ଥାକୁ ପ୍ରେରଣା କରିଥିଲେ, ଯେଉଁଥିରେ ୪୦ଟି ପଶୁ-ପକ୍ଷୀର ନାମ, ୧୦ଟି କୀଟ-ପତଙ୍ଗ, ୧୨ଟି ପନିପରିବା, ୧ ଟି ବସ୍ତୁର ରଙ୍ଗ, ୨୦ଟି ଯାନ ବାହାନର ନାମ, ୧୫ ଫଳର ନାମ, ସପ୍ତାହର ସାତ ବାରର ନାମ, ଜାତୀୟ ସଂକେତ, ଇଂରାଜୀ ଓ ଓଡ଼ିଆ ଭାଷାକୁ ନେଇ ଶବ୍ଦ ଓ ସଂଖ୍ୟା ଗଠନ, ଜ୍ୟାମିତିକ ଆକୃତି ଚିହ୍ନଟ ଆଦି ରହିଥିଲା। ଏଥିରୁ ସଂସ୍ଥା ୮ ଟି ଭିଡିଓ ଚୟନ କରି ଦୁଇ ବର୍ଷର ବୁଦ୍ଧିମାନ ବାଳକ ଦିବ୍ୟାଂଶକୁ ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ ପାଇଁ ସ୍ଥାନିତ କରିବା ସହ ପୁରସ୍କୃତ କରିଛନ୍ତି।

ଏଥି ସହିତ ଦିବ୍ୟାଂଶ ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡସରେ ସୁପର ଟେଲେଣ୍ଟଡ କିଡସ ଆୱାର୍ଡ଼ ପାଇଁ ମନୋନୀତ ହୋଇଛନ୍ତି। ଡାବୁଗାଁ ପାଇଁ ଜଣେ ଦୁଇ ବର୍ଷର ବିଚକ୍ଷଣ ବାଳକ ଏହି ପୁରସ୍କାର ହାସଲ ପରେ ବୁଦ୍ଧିଜୀବୀ ଓ ଜନ ସାଧାରଣ ତରଫରୁ ଶିକ୍ଷକ ହେମନ୍ତ ପଣ୍ଡା ଓ ଶିକ୍ଷୟତ୍ରୀ ସୁଭସ୍ମିତା ପାଢ଼ୀଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe