File photo
ବାଂଶପାଳ: ଟ୍ରକ୍ ଚାପିଦେବାରୁ ୨ ବର୍ଷ ବୟସର ଶିଶୁର ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅଧୀନ ଫୁଲଝର ପଞ୍ଚାୟତ ଧଳାଡ଼ିହି ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ଶିଶୁର ମୃତ୍ୟୁ ପରେ ଟ୍ରକ୍ ଡ୍ରାଇଭର ଫେରାର ଥିବା ବେଳେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।
ସୂଚନା ଅନୁସାରେ ନୟାକୋଟ ଥାନା ଅନ୍ତର୍ଗତ ଧଳାଡିହି ଗାଁରେ ଏକ ପୋଲ କାମ ଚାଲିଛି। ଏଠାରେ ଏକ ଟ୍ରକ୍ ନିୟୋଜିତ ଥିଲା। ଆଜି ଗାଁ ମଝିରେ ୨ ବର୍ଷ ବୟସର ଶିଶୁ ତାର ସାଙ୍ଗମାନଙ୍କ ସହିତ ଖେଳୁଥିଲା। ଏହି ସମୟରେ ଟ୍ରକ୍ଟି ଶିଶୁର ଉପରେ ଚଢ଼ିଯାଇଥିଲା। ଶିଶୁର ମୃତ୍ୟୁ ପରେ ଗାଁରେ ଚାପା ଉତେଜନା ଦେଖାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଦୁର୍ଘଟଣାଗ୍ରସ୍ତ ଟ୍ରକ ଜବତ ହୋଇଥିଲା ବେଳେ ଡ୍ରାଇଭର ଫେରାର ଅଛି।
Follow Us