ବସ ଧକ୍କାରେ ୨ ବର୍ଷର ଶିଶୁ ମୃତ, ୪ ଆହତ 

Advertisment
ବସ ଧକ୍କାରେ ୨ ବର୍ଷର ଶିଶୁ ମୃତ, ୪ ଆହତ 
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଓସିସି କଲୋନି ଛକ ନିକଟରେ ଶୁକ୍ରବାର ଦିନ ୧ଟା ବେଳ‌େ ବସ ଧକ୍କାରେ ଜଣେ ୨ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିତ୍ରକୋଣ୍ଡା ଚିକିତ୍ସାଳୟକୁ ନେଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚମ୍ପାଝୋଲା ଗ୍ରାମର ଘାସି ହନ୍ତାଳ, ତାଙ୍କର ପତ୍ନୀ ସୁକ୍ରି ହନ୍ତାଳ, ୨ ବର୍ଷର ପୁଅ ଗୁରୁ ହନ୍ତାଳ ଓ ୧୦ ମାସର ଝିଅ ସବିତା ହନ୍ତାଳ ୪ ଜଣ ଏବଂ ସେହି ଗ୍ରାମର ବୁଟି ହନ୍ତାଳ ଗୋଟିଏ ବାଇକରେ ଦିନ ୧ଟା ବେଳେ ଆଲମାପା ଗାଁକୁ ଯାଉଥିଲେ। ବାଲିମେଳାରୁ ଜନ୍ତାବାଇ ଯାଉଥିବା ଏକ ବସ୍‌ ଚିତ୍ରକୋଣ୍ଡା ବାଲିମେଳା ରାସ୍ତାର ଓସିସି କଲୋନି ଛକ ନିକଟରେ ବାଇକକୁ ଧକ୍କା ଦେଇଥିଲେ। ବାଇକରେ ଥିବା ୫ ଜଣ ଆହତ ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକ‌େ ଚିତ୍ରକୋଣ୍ଡା ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଘାସିର ୨ ବର୍ଷର ପୁଅ ଗୁରୁ ମୃତ୍ୟୁବରଣ କରିଥିବା ବେଳେ ପତ୍ନୀ ଓ ଝିଅ ଚିକିତ୍ସିତ ହୋଇଥିଲେ। କିନ୍ତୁ ବୁଟି ହନ୍ତାଳ ଗୁରୁତର ଥିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଚିତ୍ରକୋଣ୍ଡା ଥାନାରେ ଲିଖିତ ଅଭିଯୋଗ ଦେଇଥିବା ବେଳେ ପୁଲିସ ୨ଟି ଗାଡିକୁ ଜବତ କରି ରଖିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ ପ୍ରକାଶ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe