ଝାରସୁଗୁଡ଼ା: ସୋମବାର ଦିନ ପ୍ରାୟ ୧୧ଟା ବେଳେ ପୁରୀରୁ ହରିଦ୍ୱାର ଯାଉଥିବା ଟ୍ରେନ୍ ନମ୍ବର ୧୮୪୭୭ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ରୁ ବାଗଡ଼ିହି ଷ୍ଟେସନ୍ ନିକଟରେ ଦୁଇ ଜଣ ଯୁବତୀ ଡେଇଁପଡ଼ି ସାଙ୍ଘାତିକ ଆହତ ହୋଇଛନ୍ତି।
ଆହତ ଯୁବତୀଦ୍ୱୟ ହେଉଛନ୍ତି ୨୦ ବର୍ଷୀୟ ଜ୍ୟୋତ୍ସ୍ନା ନାଏକ ଏବଂ ୧୯ ବର୍ଷୀୟ ଧନମତୀ। ଜ୍ୟୋତ୍ସ୍ନାଙ୍କ ଗୋଡ଼ କଟିଯାଇଛି ଏବଂ ଧନମତୀଙ୍କର ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।
/sambad/media/post_attachments/wp-content/uploads/2019/12/runnig-train1_2.jpg)
ବାଗଡିହି ନିକଟ ତେଲିଡିହିକୁ ଯିବା ନିମନ୍ତେ ଏମାନେ ବାମରା ଷ୍ଟେସନ୍ରୁ ଏହି ଟ୍ରେନ୍ରେ ଚଢ଼ିଥିଲେ। କିନ୍ତୁ, ଏହି ଟ୍ରେନ୍ ବାମରା ପରେ ଝାରସୁଗୁଡ଼ା ଠାରେ ଅଟକି ଥାଏ। ବାଗଡିହିରେ ଟ୍ରେନ୍ର ରହଣି ନ ଥିବା ଜାଣି ଦୁହେଁ ବ୍ୟସ୍ତ ହୋଇପଡ଼ିଥିଲେ।
ଯୋଗକୁ ଝାରସୁଗୁଡ଼ାଠାରୁ ଅଳ୍ପ ଦୂରରେ ଥିବା ବାଗଡିହି ଷ୍ଟେସନ ଅଞ୍ଚଳରେ ଧାରଣା ମରାମତି କାମ ଚାଲିଥିବାରୁ ଚାଳକ ଟ୍ରେନ୍ର ବେଗ କମାଇ ଦେଇଥିଲେ। ଏତିକି ବେଳେ ଦୁହେଁ ଓହ୍ଲାଇ ଯିବାକୁ ଉଦ୍ୟମ କରି ଟ୍ରେନ୍ରୁ ଡେଇଁ ତଳେ ପଡ଼ିଯାଇଥିଲେ ବୋଲି କୁହାଯାଉଛି।
ବାଗଡିହି ଷ୍ଟେସନ୍ ମାଷ୍ଟର୍ ଓ ସ୍ଥାନୀୟ ଗ୍ରାମବାସୀ ଦୁହିଁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଛନ୍ତି।
Follow Us