ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୨ ଯୁବକଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୨ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଭଞ୍ଜନଗର-କୁଲାଡ଼ ରାସ୍ତା ସାହାଣପଲ୍ଲୀ ଗ୍ରାମ ନିକଟରେ ଆଜି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୨ ଯୁବକଙ୍କ ଜୀବନ ନେଇଯାଇଛି। ମୃତକମାନେ ହେଲେ, ଗୋଲାପଡ଼ା ଗ୍ରାମର ସ୍ୱର୍ଗତ ତ୍ରିଲୋଚନ ପ୍ରଧାନଙ୍କ ପୁଅ ନରେନ୍ଦ୍ର ପ୍ରଧାନ ଓରଫ୍ ଭୋଳା ( ୨୫) ଏବଂ କଣ୍ଟାଡୋର ଗ୍ରାମର ଲୋକନାଥ ସ୍ବାଇଁ (୨୩)। ସେହିପରି ବାଉଁଶଲୁଣ୍ଡି ଗ୍ରାମର ଅବିନାଶ ପ୍ରଧାନ (୨୪), କ୍ଷେତ୍ରାନନ୍ଦ ସାହୁ (୨୫) ଓ ଚନ୍ଦନ ନାୟକ (୨୩) ଗୁରୁତର ହୋଇଥିବାରୁ ସେମାନଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗୋଟିଏ ବାଇକ୍‌ରେ ବାଉଁଶଲୁଣ୍ଡି ଗ୍ରାମର ତିନିଜଣ ଯୁବକ କୁଲାଡ଼ରୁ ଭଞ୍ଜନଗର ଆସୁଥିଲେ। ଏହି ସମୟରେ ଭୋଳା ଓ ଲୋକନାଥ ଧାନ ବ୍ୟବସାୟ କଥା ବୁଝି ଘରକୁ ଫେରୁଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସମସ୍ତେ ଛିଟିକି ପଡ଼ିଥିଲେ। ଉକ୍ତ ରାସ୍ତା ଦେଇ ଯାଉଥିବା କୌଣସି ଟ୍ରକ୍ କିମ୍ବା ଅନ୍ୟ ଭାରୀଯାନ ଭୋଳା ଓ ଲୋକନାଥଙ୍କୁ ପାଖାପାଖି ୫୦ ମିଟର ଘୋଷାଡ଼ି ନେବାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଭଞ୍ଜନଗର ଥାନାଧିକାରୀ ଧୀରେଶ କୁମାର ଦାଶ ସୂଚନା ଦେଇଛନ୍ତି। ପୁଲିସ ଉଭୟଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe