ଟ୍ରକ୍‌ ପଛରେ ପିଟିହେଲା ବାଇକ: ୨ ଯୁବକ ମୃତ

ଟ୍ରକ୍‌ ପଛରେ ପିଟିହେଲା ବାଇକ: ୨ ଯୁବକ ମୃତ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକସ୍ଥିତ ସସାହାଣ୍ଡି ଗ୍ରାମ ନିକଟରେ ସଡକ ଦୁର୍ଘଟଣାରେ ‌ମଙ୍ଗଳବାର ରାତିରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।

ସୂଚନା ଅନୁଯାୟୀ ବୋରିଗୁମ୍ମାରୁ କୋଟପାଡ଼ ଦେଇ ଯାଇଥିବା ଜାତୀୟ ରାଜପଥ  କଡରେ ଥିବା ୱେଟ୍‌ ବ୍ରିଜ୍‌ରୁ ଏକ କାଠ ବୋଝେଇ ଟ୍ରକ ରାସ୍ତାକୁ ବାହାରୁ ଥିବା ସମୟରେ କୋଟପାଡ଼ ଅଂଚଳର ଦୁଇ ଯୁବକ ଦ୍ରୁତଗତିରେ ଏକ ବାଇକ ଯୋଗେ ଯାଇ ଟ୍ରକ୍‌ର ପଛ ପଟରେ ଧକ୍କା ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ଖବର ପାଇ କୋଟପଡ଼ ପୁଲିସ ଦୁର୍ଘଟଣାସ୍ଥଳକୁ ଯାଇ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe