ଯାଜପୁର: ଗାଧୋଉଥିବା ସମୟରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟ ବ୍ରାହ୍ମଣୀ ନଦୀ ପଠାରେ। ଆଜି ଯୁବକ ଦ୍ବୟ କାମ ସାରି ନଦୀରେ ଗାଧୋଉ ଥିବା ସମୟରେ ନଦୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଡାକ ପକାଇଥିଲେ। ତେବେ ଅଗ୍ନିଶମ ବାହିନୀ ଆସିବା ପୂର୍ବରୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଯୁବକ ଦ୍ବୟ ହେଲେ ଧର୍ମଶାଳା ଥାନା ଦେଓଦା ଅଂଚଳର ଗୋବିନ୍ଦ ରଣା ଓ ଜାରକା କୁମାରୀ ସୌମ୍ୟ ରଞ୍ଜନ ମହାରଣା ବୋଲି ସୂଚନା ମିଳିଛି। ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ
Advertisment
Follow Us