ଇବ୍ ଥର୍ମାଲ/ଝାରସୁଗୁଡ଼ା: ଇବ୍ ନଦୀର ରମ୍ପେଲା ସେତୁରୁ ହାଇଓ୍ଵା ଖସିପଡ଼ିବାରୁ ୨ ଜଣ ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି। ହାଇଓ୍ଵାର ଚାଳକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଖୋଜ ଯୁବକ ଦ୍ୱୟ ହେଲେ ଜିତେନ୍ଦ୍ର ପ୍ରଧାନ ଓ ଅରବିନ୍ଦ ସାହୁ। ଉଦ୍ଧାର ହୋଇଥିବା ହାଇଓ୍ଵା ଚାଳକଙ୍କ ନାମ ଆଦିତ୍ୟ ସାହୁ।
ସୂଚନା ଅନୁସାରେ ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ରମ୍ପେଲା ପଂଚାୟତର ବରକାନୀ ଗାଁର ତିନି ଜଣ ଯୁବକ ଜିତେନ୍ଦ୍ର ପ୍ରଧାନ, ଅରବିନ୍ଦ ସାହୁ ଓରଫ ପପୁ ଓ ଆଦିତ୍ୟ ସାହୁ (ଚାଳକ) ଆଜି ଅପରାହ୍ନ ପ୍ରାୟ ୧ଟାରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲିରୁ ହାଇଓ୍ଵା(ଓଡ଼ି ୨୩କେ ୧୫୪୭) ନେଇ ଇବ୍ ଥର୍ମାଲ ଆଡ଼କୁ ଯାଉଥିଲେ। ଯିବା ରାସ୍ତାରେ ଇବ୍ ସେତୁ ଉପରେ ଡାହାଡ଼ ପାର୍ଶ୍ୱକୁ ହାଇଓ୍ଵା ଖସିପଡ଼ିଥିଲା।
/sambad/media/post_attachments/wp-content/uploads/2020/09/d7a740c1-7cea-4e46-be66-c286e624d95d.jpg)
ତେବେ ଇବ୍ ନଦୀରେ ଗଭୀର ପାଣି ଥିବାରୁ ହାଇଓ୍ଵାଟି ସଂପୂର୍ଣ୍ଣ ରୂପେ ବୁଡ଼ିଯାଇଛି। ସୂଚନା ପାଇଁ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାଶ, ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ, ବନହରପାଲି ଆଇଆଇସି ପ୍ରଶାନ୍ତ ମେହେର ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତଦନ୍ତ ଓ ଉଦ୍ଧାର କାର୍ଯ୍ୟ ଚାଳାଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଜିତେନ୍ଦ୍ର ପ୍ରଧାନ ଓ ଅରବିନ୍ଦ ନିଖୋଜ ଅଛନ୍ତି। ଇବ୍ ନଦୀ ଉପରେ ନିର୍ମିତ ବ୍ରିଜ୍ ଉପରେ ଶତାଧିକ ଲୋକଙ୍କର ଭିଡ଼ ରହିଛି।
/sambad/media/post_attachments/wp-content/uploads/2020/09/8781989b-4857-4264-8e3d-860ca90eb227.jpg)
ଉଦ୍ଧାର ହୋଇଥିବା ହାଇଓ୍ଵା ଚାଳକ ଆଦିତ୍ୟ ସାହୁଙ୍କୁ ପ୍ରଥମେ ଟାଟା ରିଫ୍ୟକ୍ଟ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ଝାରସୁଗୁଡ଼ା ସ୍ଥାନାନ୍ତର କରାଯାଇଥିବା ଆଇଆଇସି ଶ୍ରୀ ମେହେର ସୂଚନା ଦେଇଛନ୍ତି।
Follow Us