ଦୁଇ ଯୁବକଙ୍କୁ ନିର୍ମମ ହତ୍ୟା: ଜୁଆଖେଳ ଗଣ୍ଡଗୋଳ ନା ପ୍ରେମ ମାମଲା? 

Advertisment

୪ଘଣ୍ଟା ଜାତୀୟ ରାଜପଥ ଅବରୋଧ, ୨ଜଣଙ୍କ ମୋବାଇଲ୍ ଓ ମୋଟରସାଇକଲ୍ ଜବତ

୪ଘଣ୍ଟା ଜାତୀୟ ରାଜପଥ ଅବରୋଧ, ୨ଜଣଙ୍କ ମୋବାଇଲ୍ ଓ ମୋଟରସାଇକଲ୍ ଜବତ

ଦୁଇ ଯୁବକଙ୍କୁ ନିର୍ମମ ହତ୍ୟା: ଜୁଆଖେଳ ଗଣ୍ଡଗୋଳ ନା ପ୍ରେମ ମାମଲା? 

କୋରେଇ/ପାଣିକୋଇଲି: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମର ବାବୁଲି ସାହୁଙ୍କ ପୁଅ ବିଜୟ ସାହୁ(୨୨) ଓ ନୀଳମଣି ଦାସଙ୍କ ପୁଅ ମାନସ ରଞ୍ଜନ ଦାସ(୨୭)ଙ୍କୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନେ ସଂଘବଦ୍ଧଭାବେ ହତ୍ୟା କରିବ‌ା ପରେ ଉଭୟଙ୍କ ଶବକୁ ୧୬ନମ୍ବର ଜାତୀୟ ରାଜପଥର ଏକ ନିର୍ମାଣାଧୀନ ପୋଲ (ସୋତି ଗାଁ ନିକଟ) ଉପରେ ଶୁଆଇ ଦେଇଛନ୍ତି। ସେମାନଙ୍କ ମୋଟରସାଇକଲକୁ ପୋଲ ତଳେ ଫିଙ୍ଗି ଦିଆଯାଇଛି।

ଆଜି ସକାଳୁ ଲୋକେ ଦେଖି ପାଣିକୋଇଲି ଥାନାକୁ ଖବର ଦେଇଥିଲେ। ପୁଲିସ ୨ଟି ଶବ ଜବତ କରିବା ସହିତ ସେମାନଙ୍କ ନିକଟରୁ ମୋବାଇଲ ଫୋନ୍ ୨ଟି ଓ ମୋଟରସାଇକଲ(ଓଡି ୦୪ ସି ୮୩୦୮) ଜବତ କରିଛି। ଏଥି ସହିତ ଏକ ଟିଫନ୍‌ରେ ମହିଳାଙ୍କ ବ୍ୟବହୃତ ପ୍ରସାଧନ ସାମଗ୍ରୀ, ନଗଦ ଟଙ୍କା, ଶଙ୍ଖା, ସିନ୍ଦୂର ପ୍ରଭୃତି ପୁଲିସ୍‌ ଜବତ କରିଛି। ବିଜୟ ଯେଉଁ ଯୁବତୀଙ୍କୁ ପ୍ରେମ କରୁଥିଲେ ତାଙ୍କ ସମ୍ପର୍କୀୟମାନେ ଏପରି ଜଘନ୍ୟକାଣ୍ଡ ଘଟାଇଥାଇ ପାରନ୍ତି ବୋଲି ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି।

ଏହାସହ ଜୁଆଖେଳ ଗଣ୍ଡଗୋଳରୁ ଏପରି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି କେତେକ ସନ୍ଦେହ ପ୍ରକାଶ କରିଛନ୍ତି। ଉଭୟ କାରଣକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ପାଣିକୋଇଲି ପୁଲିସ ଉଭୟଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇଛି। ଅପରପକ୍ଷରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଜହ୍ନା ଗ୍ରାମବାସୀ ୨୦ନମ୍ବର ଜାତୀୟ ରାଜପଥର ବେଣାପୁର ଛକରେ ୪ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ପୁଲିସ ଓ ମାଜିଷ୍ଟ୍ରେଟ୍‌ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଦୁଇ ଯୁବକଙ୍କୁ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe