ଗୋପାଳପୁର ସମୁଦ୍ରରେ ବୁଡ଼ି ଯାଉଥିଲେ ୨ ଯୁବକ, ଉଦ୍ଧାର କଲେ ଲାଇଫ୍‌ ଗାର୍ଡ଼

Advertisment
ଗୋପାଳପୁର ସମୁଦ୍ରରେ ବୁଡ଼ି ଯାଉଥିଲେ ୨ ଯୁବକ, ଉଦ୍ଧାର କଲେ ଲାଇଫ୍‌ ଗାର୍ଡ଼

ଗୋପାଳପୁର: ଗଂଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ୨ଜଣ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବେଳାଭୂମିରେ ଦାୟିତ୍ବରେ ଥିବା ଲାଇଫ୍‌ ଗାର୍ଡ଼ ଜି. ଜଗନ୍ନାଥ ଉଭୟଙ୍କୁ ଉଦ୍ଧାର କରିଛନ୍ତି। ଯୁବକଦ୍ବୟ ହେଲେ ଆସିକାର ଶଶାଙ୍କ ଶେଖର ଗୌଡ଼ ଓ ଅନୁଗୁଳର ପଙ୍କଜ କୁମାର ମହାପାତ୍ର। ଗୋପାଳପୁର ସମୁଦ୍ରରେ ସେପ୍ଟେମ୍ବର ୩୦ ତାରିଖରୁ ଆଜି ସୁଦ୍ଧା ୨୦ ଦିନ ଭିତରେ ଏହା ୫ମ ଘଟଣା ଓ ୧୫ ଜଣଙ୍କୁ ଉଦ୍ଧାର କରାଗଲାଣି।

ସୂଚନା ପ୍ରକାରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ସମୁଦ୍ରରେ ଚାରିଜଣ ସାଙ୍ଗ ଗାଧୋଉଥିଲେ। ଏହି ସମୟରେ ହଠାତ୍‌ ଶଶାଙ୍କ ଓ ପଙ୍କଜ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ଉଭୟେ କୂଳକୁ ଆସି ନପାରି ଭିତରେ ରହି ଯାଇଥିଲେ। ଏହି ସମୟରେ ଡ୍ୟୁଟି କରୁଥିବା ଲାଇଫ୍‌ ଗାର୍ଡ଼ ଜଗନ୍ନାଥ ତୁରନ୍ତ ଟ୍ୟୁବ୍‌ ନେଇ ସମୁଦ୍ରକୁ ଯାଇଥିଲେ। ସ୍ଥାନୀୟ ଉଠା ଦୋକାନୀଙ୍କ ସହାୟତାରେ ଦୁଇଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି କୂଳକୁ ଆଣିଥିଲେ। ଉଭୟ ଯୁବକ ସୁସ୍ଥ ଥିବା ବେଳେ ଜୀବନ ରକ୍ଷା ପାଇଁ ଉଭୟେ ଜଗନ୍ନାଥଙ୍କୁ ଧନ୍ୟବାଦ ଦେଇଥିଲେ। ଚଳିତ ମାସ ୧୭ତାରିଖରେ ୬ଜଣ ଯୁବକ ଏଭଳି ପାଣିରେ ବୁଡ଼ି ଯାଉଥିବା ବେଳେ ଲାଇଫ୍‌ ଗାର୍ଡ଼ଙ୍କ ଦ୍ୱାରା ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା। ତା’ପୂର୍ବରୁ ଗତ ୯ ତାରିଖରେ ଡଙ୍ଗା ବୁଡ଼ି ୩ ଜଣ, ୧ ତାରିଖରେ ଦୁଇଜଣ ଓ ସେପ୍ଟେମ୍ବର ୩୦ ତାରିଖରେ ୨ ଦୁଇଜଣଙ୍କୁ ଲାଇଫ୍‌ଗାର୍ଡ଼ ଓ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଗୋପାଳପୁରରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅଧିକ ସଂଖ୍ୟାରେ ଲାଇଫ୍‌ ଗାର୍ଡ଼ ନିୟୋଜିତ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe