Deccan Chronicle
ମୁରିବାହାଲ: ମୁରିବାହାଲ ଥାନା ଗୁଡ଼ିଘାଟ ଓ ଲେବଡ଼ା ପଞ୍ଚାୟତ ଅଞ୍ଚଳରୁ ଦୁଇଜଣ ଯୁବତୀ ଘରୁ ନିଖୋଜ ହୋଇଯାଇଥିବା ନେଇ ସେମାନଙ୍କ ପରିବାର ଲୋକେ ମୁରିବାହାଲ ଥାନାରେ ଅଭିଯୋଗ କରିଛନ୍ତି। ଗୁଡ଼ିଘାଟ ପଞ୍ଚାୟତ ବାଲିଖମାର ଅଞ୍ଚଳର ଜଣେ ଯୁବତୀ (୨୦ବର୍ଷ) ଗତ ୧୪ତାରିଖରୁ ନିଖୋଜ ଥିବା ନେଇ ତାଙ୍କ ବାପା ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସେହିପରି ଲେବଡ଼ା ପଞ୍ଚାୟତ ଅଞ୍ଚଳକୁ ନିଜ ସମ୍ପର୍କୀୟଙ୍କ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଛତିଶଗଡ଼ ସରଗୁଜା ଜିଲ୍ଲା ଅମ୍ବିକାପୁର ଅଞ୍ଚଳର ଜଣେ ଯୁବତୀ (୧୯ବର୍ଷ) ଗତ ୧୨ ତାରିଖରୁ ଗ୍ରାମରୁ ନିଖୋଜ ହୋଇଯାଇଥିଲେ। ଏ ସମ୍ପର୍କରେ ତାଙ୍କ ବାପା ମୁରିବାହାଲ ଥାନାରେ ଏତଲା ଦେଇଥିଲେ। ଉଭୟ ଅଭିଯୋଗ ସମ୍ପର୍କରେ ଦୁଇ ନିଖୋଜ ମାମଲା ରୁଜୁ କରି ମୁରିବାହାଲ ପୁଲିସ ତଦନ୍ତ କରୁଛି।
Follow Us