ବିଷକ୍ରିୟାରେ ୨ ଯୁବତୀ ମୃତ, ଜଣେ ଗୁରୁତର

Advertisment
ପମ୍ପ ହାଉସରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

Image Courtesy of India Today

ଘଣ୍ଟାପଡ଼ା : ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ପୁଟାଖେତା ପତ୍ରଫଡ଼ିରେ ଗୁରୁବାର ବିଳମ୍ବିତ ରାତିରେ ଦୁଇଜଣ ଯୁବତୀଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟଜଣେ ଗୁରୁତର ଅଛନ୍ତି। ଦୁଇ ମୃତକ ହେଲେ ଗୌରିବେଙ୍ଗେସ ଗ୍ରାମର ଝରଣା ଭୋଇ (୧୮) ଓ ଶୈଳେନ୍ଦ୍ରୀ ନାୟକ(୧୯ )। ନିଳେନ୍ଦ୍ରୀ ନାୟକ (୧୮)ଙ୍କ ଅବସ୍ଥା ଗରୁତର ରହିଛି। ଶୈଳେନ୍ଦ୍ରୀ ଓ ନିଳେନ୍ଦ୍ରୀ ଦୁଇ ଭଉଣୀ ବୋଲି କୁହାଯାଉଛି।

ସୂଚନାନୁସାରେ, ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ତିନି ଯୁବତୀ ନିଜ ପରିବାର ସଦସ୍ୟଙ୍କ ସହ ଖାଇସାରି ପୁଟାଖେତା ପତ୍ରଫଡ଼ିରେ ଶୋଇଥିଲେ। ହଠାତ୍ ରାତି ପ୍ରାୟ ୨ଟାରେ ତିନି ଝିଅ ପେଟ କାଟୁଥିବା କହି ପରିବାର ସଦସ୍ୟଙ୍କୁ ନିଦରୁ ଉଠାଇଥିଲେ। ପରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ସେମାନଙ୍କୁ କଣ୍ଟାମାଳ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ଝରଣା ଓ ଶୈଳେନ୍ଦ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ନିଳେନ୍ଦ୍ରୀଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କେଉଁ ପ୍ରକାର ବିଷକ୍ରିୟାରୁ ଏଭଳି ଅଘଟଣ ଘଟିଲା ତାହା ଏବେ ବି ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe