Advertisment

ଚୋରି ଉଦ୍ୟମ ବେଳେ ୨ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ

Advertisment
ଚୋରି ଉଦ୍ୟମ ବେଳେ ୨ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ

ଘଣ୍ଟାପଡ଼ା : ଚୋରି ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି ୨ ଜଣ ଯୁବକ। ଉଭୟଙ୍କୁ ଗ୍ରାମବାସୀ ପୁଲିସର ଜିମା ଦେଇଛନ୍ତି। ସେମାନେ ହେଲେ କଣ୍ଟାମାଳ ଥାନା କୁଡିବାହାଲ ଗ୍ରାମର ସୁଶାନ୍ତ ମେଣ୍ଡିଲି (୨୩) ଏବଂ ବରଗଡ଼ ଜିଲ୍ଲା ଭେଡେନ ଥାନା ସାରସପାଲି ଗ୍ରାମର ମଦନ ମିର୍ଦ୍ଧା ବୋଲି ପୁଲିସ କହିଛି।

ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତ୍ରିରେ ସୁଶାନ୍ତ ଓ ମଦନ କଣ୍ଟାମାଳ ଥାନା ଲମ୍ବସରୀ ଗ୍ରାମକୁ ବାଇକ୍‌ରେ ଆସିଥିଲେ। ଗ୍ରାମର ସମସ୍ତ ଲୋକ ଖାଇପିଇ ଶୋଇ ପଡ଼ିଥିବା ବେଳେ ଉଭୟ ଗ୍ରାମର ମହରଗୁ ଦେହୁରୀଙ୍କ ବାହାରେ ଜଳୁଥିବା ଲାଇଟ୍‌କୁ ଲିଭାଇ ଘରକୁ ପଶିବାକୁ ଉଦ୍ୟମ କରୁଥିଲେ। ଠିକ୍‌ ସମୟରେ ପରିବାର ସଦସ୍ୟ ଉଠିପଡ଼ି ପାଟି କରିବାରୁ ଗାଁ ଲୋକ ବାହାରି ଆସି ଉଭୟଙ୍କୁ କାବୁ କରିଥିଲେ। ପରେ କଣ୍ଟାମାଳ ଥାନାକୁ ଖବର ଦେଇ ପୁଲିସର ଜିମା ଦେଇଥିଲେ। ପୁଲିସ ସେମାନେ ଆସିଥିବା ବାଇକ (ଓଡି ୩୧ଇ ୩୧୨୫)କୁ ଜବତ କରିଛି। ଏ ସଂପର୍କରେ କଣ୍ଟାମାଳ ଥାନାରେ ଏକ ମାମଲା ରୁଜୁ କରି ସୁଶାନ୍ତ ଓ ମଦନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଣ୍ଟାମାଳ ଆଇଆଇସି କହିଛନ୍ତି। ତେବେ ସେମାନେ ପ୍ରକୃତରେ ଚୋରି ପାଇଁ ଆସିଥିଲେ ନା ଅନ୍ୟ କିଛି ଉଦ୍ଦେଶ୍ୟରେ ଆସିଥିଲେ ତାହା ତଦନ୍ତ ସାପେକ୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe