ମହାରାଷ୍ଟ୍ରରୁ ଦୁଇ ଯୁବକ ଗିରଫ: ଓଡ଼ିଆ ଡାକ୍ତରଙ୍କଠାରୁ ୬ କୋଟି ଠକେଇ

ପଶ୍ଚିମବଙ୍ଗରେ ଏକ ହସ୍‌ପିଟାଲରେ ଚାକିରି କରୁଥିବା ଜଣେ ଡାକ୍ତରଙ୍କ ଠାରୁ ୬ କୋଟି ୪ ଲକ୍ଷ ୫୩ ହଜାର ଟଙ୍କା ଠକେଇ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଦୁଇ ସାଇବର୍ ଏଜେଣ୍ଟଙ୍କୁ ଗିରଫ କରିଛି। ମହାରାଷ୍ଟ୍ରର ପୁଣେ ଜିଲ୍ଲା ଶିକ୍ରପୁର ଥାନା ଶ୍ରୀରୁରର ସ୍ବପ୍ନିଲ୍ ଗୋରଖ....

adgdagdgazvc

କଟକ: ପଶ୍ଚିମବଙ୍ଗରେ ଏକ ହସ୍‌ପିଟାଲରେ ଚାକିରି କରୁଥିବା ଜଣେ ଡାକ୍ତରଙ୍କ ଠାରୁ ୬ କୋଟି ୪ ଲକ୍ଷ ୫୩ ହଜାର ଟଙ୍କା ଠକେଇ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଦୁଇ ସାଇବର୍ ଏଜେଣ୍ଟଙ୍କୁ ଗିରଫ କରିଛି। ମହାରାଷ୍ଟ୍ରର ପୁଣେ ଜିଲ୍ଲା ଶିକ୍ରପୁର ଥାନା ଶ୍ରୀରୁରର ସ୍ବପ୍ନିଲ୍ ଗୋରଖ ଢୋକଲେ ଓ ମୁମ୍ବାଇ ଗାନ୍ଧୀନଗରର ଆଜାଜ୍ ସଫିକ୍ ଶେଖଙ୍କୁ ଗିରଫ କରାଯାଇଛି। ସ୍ବପ୍ନିଲ୍ ଏମ୍‌ବିଏ ପଢ଼ିଥିବା ବେଳେ ସେ କୃଷି ଭିତ୍ତିକ ବ୍ୟବସାୟ କରୁଛି। ସେହିଭଳି ଆଜାଜ୍ ଗ୍ରାଜୁଏସନ୍ କରିଥିବା ବେଳେ ସେ ଏବେ ଘରୋଇ ସଂସ୍ଥାରେ ଡେଲିଭରି ବଏ ଭାବେ କାମ କରୁଛି। ଏହି ଦୁଇ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ସାଇବର୍ ଅପରାଧୀମାନେ ଭଡ଼ା ସୂତ୍ରରେ ନେଇଥିଲେ।

ଭୁବନେଶ୍ବର ମୈତ୍ରୀବିହାର ଅଞ୍ଚଳରେ ରହୁଥିବା ଓଡ଼ିଆ ଡାକ୍ତର ପଶ୍ଚିମବଙ୍ଗ ଆସାନସୋଲରେ ଏକ ଘରୋଇ ହସପିଟାଲରେ କାର୍ଯ୍ୟ କରୁଛନ୍ତି। ସେ ସାମାଜିକ ଗଣମାଧ୍ୟମ ଜରିଆରେ ଏକ ନିବେଶକ ଗୋଷ୍ଠୀଙ୍କ ସମ୍ପର୍କରେ ଆସିଥିଲେ।  ପ୍ରଚୁର ଲାଭର ଲୋଭ ଦେଖାଇ ସାଇବର୍ ଅପରାଧୀ ସାଢ଼େ ତିନି ମାସ ମଧ୍ୟରେ ୬ କୋଟି ୪ ଲକ୍ଷ ୫୩ ହଜାର ଟଙ୍କା ବିଭିନ୍ନ ପର୍ଯ୍ୟାୟରେ ତାଙ୍କଠାରୁ ଠକି ନେଇଥିଲେ। ସେ କ୍ରାଇମବ୍ରାଞ୍ଚରେ ଜାନୁଆରି ୧୩ରେ ଏତଲା ଦେଇଥିଲେ। ତଦନ୍ତ ସମୟରେ ଏହି ଟଙ୍କା ୨୨ଟି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା। ଡାକ୍ତରଙ୍କ ୮ଟି ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ଯାଇଥିଲା। ଯେଉଁଦିନ ଏହି ଟଙ୍କା ଜମା ହୋଇଥିଲା, ସେହିଦିନ ହିଁ ଟଙ୍କା ଚେକ୍ ଓ ଏଟିଏମ୍ କାର୍ଡ ମାଧ୍ୟମରେ ସାଇବର୍ ଅପରାଧୀ ଗୋଷ୍ଠୀ ଉଠାଇ ନେଇଥିଲେ। କ୍ରାଇମବ୍ରାଞ୍ଚ ଗିରଫ କରିଥିବା ସ୍ବପ୍ନିଲର ବ୍ୟାଙ୍କ ଆକାଉଣ୍ଟକୁ ୩୦ ଲକ୍ଷ ଓ ଆଜାଜର ବ୍ୟାଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ଯାଇଥିଲା। ପ୍ରତି ଟ୍ରାନଜାକ୍ସନରେ ୩୦ ପ୍ରତିଶତ କମିସନ୍‌ ଏହି ଦୁଇ ଜଣ ପାଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଜାଣିବାକୁ ପାଇଛି। ଏହି ମାମଲାରେ ପୂର୍ବରୁ କ୍ରାଇମବ୍ରାଞ୍ଚ ୪ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe