ସରିଲା ପ୍ରାର୍ଥିପତ୍ର ଦାଖଲ: ପୌରାଧ୍ୟକ୍ଷ ପାଇଁ ୬୯୩, କାଉନ୍‌ସିଲର ପାଇଁ ୬୪୫୯ ନାମାଙ୍କନ

ସରିଲା ପ୍ରାର୍ଥିପତ୍ର ଦାଖଲ: ପୌରାଧ୍ୟକ୍ଷ ପାଇଁ ୬୯୩, କାଉନ୍‌ସିଲର ପାଇଁ ୬୪୫୯ ନାମାଙ୍କନ

ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ଚାଲିଥିବା ପ୍ରାର୍ଥିପତ୍ର ଦାଖଲ ଅବଧି ଶେଷ ହୋଇଛି। ଶେଷ ଦିନରେ ସୋମବାର ୫୦୪୫ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିରେ ୫୦୪ ଜଣ ପୌରାଧ୍ୟକ୍ଷ/ମେୟର୍‌ ପଦ ପାଇଁ ଓ ୪୫୪୧ଜଣ କର୍ପୋରେଟର୍‌/କାଉନସିଲର ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଅବଧି ଶେଷ ସୁଦ୍ଧା ‌ପୌରାଧ୍ୟକ୍ଷ/ମେୟର ପଦ ପାଇଁ ମୋଟ୍‌ ୬୯୩ ଓ କାଉନସିଲର/କର୍ପୋରେଟର୍‌ ପଦ ପାଇଁ ୬୪୫୯ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶେଷ ଦିନରେ ତିନି ପ୍ରମୁଖ ଦଳର ଦଳୀୟ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ବିଭିନ୍ନ ଜାଗାରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଏହି ସବୁ ଆବେଦନଗୁଡ଼ିକ ଆସନ୍ତାକାଲି ଯାଞ୍ଚ କରାଯିବ। ୯ତାରିଖ ଦିନ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୪ ତାରିଖ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ସୁଯୋଗ ରହିବ। ସେହିଦିନ ଅପରାହ୍‌ଣ ୫ଟା ଭିତରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe