୨୦୨୩-୨୪ କେନ୍ଦ୍ର ବଜେଟକୁ ସ୍ବାଗତ କଲା ଉତ୍କଳ ଚାମ୍ବର ଅଫ୍ କମର୍ସ

୨୦୨୩-୨୪ କେନ୍ଦ୍ର ବଜେଟକୁ ସ୍ବାଗତ କଲା ଉତ୍କଳ ଚାମ୍ବର ଅଫ୍ କମର୍ସ

kalinga tv

ଭୁବନେଶ୍ବର: ୨୦୨୩-୨୪ କେନ୍ଦ୍ର ବଜେଟକୁ ସ୍ବାଗତ କରିଛନ୍ତି ଉତ୍କଳ ଚାମ୍ବର ଅଫ୍ କମର୍ସ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ଚାମ୍ବର ଅଫ୍ କମର୍ସର ସଭାପତି ବ୍ରହ୍ମାନନ୍ଦ ମିଶ୍ର କହିଛନ୍ତି ଯେ ଏହା ଏକ ଭଲ ବଜେଟ୍। କେନ୍ଦ୍ର ସରକାରଙ୍କ ଏହି ବଜେଟରେ ଏମଏସଏମଇ, ହୋଟେଲ୍ ଓ ପର୍ଯ୍ୟଟନ ଓ କୃଷି କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି। ଭିତ୍ତିଭୂମି ବିକାଶକୁ ବଜେଟରେ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ଶିଳ୍ପ କ୍ଷେତ୍ରରେ କଷ୍ଟମ ଡ୍ୟୁଟି କ୍ମ କରାଯିବା ହେତୁ ଏହା ବଡ଼ ଡ଼ରଣର ପରିବର୍ତ୍ତନ କରାଯାଇଛି। ଏଥିରେ ଅଧିକ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇପାରିବ। ବ୍ୟକ୍ତିଗତ ଆୟକର ସୀମାକୁ ବୃଦ୍ଧି କରି କେନ୍ଦ୍ର ସରକାର ଏକ ଉତ୍ତମ ପଦକ୍ଷେପ ନେଇଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ଏହା ଏକ ସମାନ୍ତରାଳ ବଜେଟ୍। ଏଥର ବଜେଟକୁ ମୁଁ ୧୦ରୁ ୮ ମାର୍କ ଦେବି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନିଜର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ସେ ବ୍ୟକ୍ତିଗତ ଆୟକର ସୀମାକୁ ବୃଦ୍ଧି କରି ସାଧାରଣ ମଧ୍ୟବିତ୍ତ ବର୍ଗଙ୍କୁ ଖୁସି କରିବାକୁ ଉଦ୍ୟମ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe