ଉତ୍ସବ ପ୍ରଧାନପାଟ ଉଦ୍‌ଘାଟିତ

Advertisment
ଉତ୍ସବ ପ୍ରଧାନପାଟ ଉଦ୍‌ଘାଟିତ

ଦେବଗଡ଼: ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ପ୍ରଧାନପାଟ ଜଳପ୍ରପାତ ନିକଟସ୍ଥ ବଡ଼ବଗିଚାଠାରେ ଉତ୍ସବ ପ୍ରଧାନପାଟ-୨୦୨୩ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଯୋଜନା ଓ ସଂ‌ଯୋଜନା ବିଭାଗର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର କଳା, ସଂସ୍କୃତି ପର୍ଯ୍ୟାଲୋଚନା କଲେ ବେଶ ଅତୁଳନୀୟ ଏବଂ ଉକ୍ତ ଉତ୍ସବ ମାଧ୍ୟମରେ ଲୁକ୍କାୟିତ କଳା ତଥା ଲୋକନୃତ୍ୟ ଲୋକଲୋଚନକୁ ଆସି ପାରିବ‌। ଏହା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍ରରେ ଆଲୋକପାତ କରିଥିଲେ।

publive-image

ପ୍ରଧାନପାଟର ବିକାଶ ଯେପରି ଅଧିକ ହୋଇପାରିବ ସେ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ଢୋଲକିଆ କହିଥିଲେ। ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଧାନପାଟ ଜଳପ୍ରପାତର ବିକାଶ ସହିତ ଜିଲ୍ଲାରେ ଥିବା ଅନ୍ୟ ପର୍ଯ୍ୟଟନସ୍ଥଳୀ ଚିହ୍ନଟ କରାଯାଇ ସେଗୁଡିକର ବିକାଶ ନିତାନ୍ତ ଆବଶ୍ୟକ। ଦଳମତ ନିର୍ବିଶେଷରେ ଦେବଗଡ଼ ଜିଲ୍ଲାକୁ ଉନ୍ନତ ଜିଲ୍ଲା ଭାବେ ପରିଗଣିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଜନସାଧାରଣଙ୍କ ସମସ୍ତଙ୍କ ସହଯୋଗ ନିତାନ୍ତ ଜରୁରୀ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଡିଆଇପିଆରଓ ମନୋରଞ୍ଜନ ସୂତାର ପରିଚାଳନା କରିବା ସହିତ ଧନ୍ୟବାଦ ଦେଇଥିଲେ। ଏହା ପରେ ଡ. ଶାଶ୍ବତ ଯୋଶୀଙ୍କ ଦ୍ବାରା ଗଣେଶ ବନ୍ଦନା ଓ ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଦର୍ଶକମାନଙ୍କୁ ମତୁଆଲା କରିଥିଲା। ପରେ ସର୍ବେଶ୍ବର ଭୋଇଙ୍କ ଦ୍ବାରା ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷିତ ହୋଇଥିଲା। ଏହାପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଦିବାସୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ବିଭିନ୍ନ ଲୋକନୃତ୍ୟ ପରିବେଷଣ ହୋଇଥିଲା।

ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ

ଏହା ସହିତ ଓର୍‌ମାସ ପକ୍ଷରୁ ପଲ୍ଲିଶ୍ରୀ ମେଳା, ଖାଦ୍ୟମେଳା, ପୁସ୍ତକ ମେଳା, କୃଷି ଉଦ୍ୟାନ ମେଳା, ଉନ୍ନତ କୃଷି ଯନ୍ତ୍ରପାତି ମେଳା ଏବଂ ବିଭିନ୍ନ ବିଭାଗ ପକ୍ଷରୁ ଖୋଲା ଯାଇଥିବା ଉନ୍ନୟନ ପ୍ରଦର୍ଶନୀ ଷ୍ଟଲ୍‌କୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ। ଏହି ପଲ୍ଲିଶ୍ରୀ ମେଳାରେ ୧୪୪ଟି ଷ୍ଟଲ ଖୋଲା ଯାଇଥିବା ବେଳେ ୩୯ଟି ଜିଲ୍ଲାର ବିଭିନ୍ନ ବିଭାଗ ଏବଂ ୪୫ଟି କୃଷି ବିଭାଗ ପକ୍ଷରୁ ଷ୍ଟଲ ଖୋଲା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe