ଉତ୍ସବ ପ୍ରଧାନପାଟ ଉଦ୍‌ଯାପିତ

Advertisment
ଉତ୍ସବ ପ୍ରଧାନପାଟ ଉଦ୍‌ଯାପିତ

ଦେବଗଡ଼: ସଂସ୍କୃତି ବିଭାଗ ଓଡ଼ିଶା ସରକାର ଓ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ପ୍ରଧାନପାଟ ଜଳପ୍ରପାତ ନିକଟ ବଡ଼ବଗିଚାରେ ୫ ଦିନ ଧରି ଚାଲିଥିବା ଉତ୍ସବ ପ୍ରଧାନପାଟ-୨୦୨୩ର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲେ ଗାୟକ ମଣ୍ଟୁ ଛୁରିଆ। ଗୋଟିଏ ପରେ ଗୋଟିଏ ଗୀତ ଗାଇଥିବା ବେଳେ ଦର୍ଶକମାନେ ଝୁମି ଉଠିଥିଲେ।

ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲାର କଳା, ସଂସ୍କୃତି ବେଶ୍‌ ଅତୁଳନୀୟ ଏବଂ ଉକ୍ତ ଉତ୍ସବ ମାଧ୍ୟମରେ ଲୁକ୍କାୟିତ କଳା ତଥା ଲୋକନୃତ୍ୟ ଲୋକଲୋଚନକୁ ଆସି ପାରିବ‌। ଉତ୍ସବ ପ୍ରଧାନପାଟ ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଦେବଗଡ଼ ଜିଲ୍ଲାରେ ବହୁ କଳାକାର ଥିବାବେଳେ ଉକ୍ତ ମଂଚ ମାଧ୍ୟମରେ କଳାର ପ୍ରଦର୍ଶନ କରିବା ସୁଯୋଗ ପାଇ ପାରିବେ ବୋଲି ଶ୍ରୀ ଜେନା ମତପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଭଟଲି ବିଧାୟକ ସୁଶାନ୍ତ ସିଂ, ଦେବଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

publive-image

ଏହି ଅବସରରେ ଅତିଥିମ‌ାନଙ୍କ ଦ୍ବାରା ଉତ୍ସବ ପ୍ରଧାନପାଟର ସ୍ମରଣିକା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ଡିଆଇପିଆରଓ ମନୋରଞ୍ଜନ ସୂତାର ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସଂଗୀତ ପରିବେଷଣ କରାଯାଇଥିଲା। ଏହାପରେ ଭୁବନେଶ୍ବରର ଫ୍ୟୁଜନ ଡ୍ୟାନ୍ସ, ଝୁମର ଡ୍ୟାନ୍ସ, ସତରଙ୍ଗ କଳା ନୃତ୍ୟ କେନ୍ଦ୍ର, ଦେବଗଡ଼ର ସଙ୍ଗମ ଏଣ୍ଡ ସଙ୍ଗମ କଳାକାରଙ୍କ ଦ୍ବାରା ବିଭିନ୍ନ ଲୋକନୃତ୍ୟ ପରିବେଷଣ ହୋଇଥିଲା। ପରେ ଗାୟକ ମଣ୍ଟୁ ଛୁରିଆ ଏବଂ ତାଙ୍କ ଟିମ ଦ୍ବାରା ବିଭିନ୍ନ ସମ୍ବଲପୁରୀ ଗୀତ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଆଜି ଶେଷ ଦିନ ଥିବାରୁ ପଲ୍ଲିଶ୍ରୀ ମେଳା, ଖାଦ୍ୟ ମେଳା ଓ ମୀନାବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ମଣ୍ଟୁ ଛୁରିଆଙ୍କ ଗୀତରେ ନାଚିଲେ ଦର୍ଶକ

publive-image

ଉତ୍ସବ ପ୍ରଧାନପାଟ-୨୦୨୩ ଉଦ୍‌ଯାପନୀ ଉତ୍ସବର ବିଶେଷ ଆକର୍ଷଣ ଥିଲେ ଗାୟକ ମଣ୍ଟୁ ଛୁରିଆ। ପ୍ରଥମେ ମା’ ସମଲେଶ୍ବରୀଙ୍କ ଆରାଧନା କରିଥିଲେ। ପରେ ଆମେ ସମ୍ବଲପୁରିଆ ବାବୁ... ଗୀତରୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ପରେ ସେ ତାଙ୍କର ବହୁ ସୁପରହିଟ ଗୀତ ଗାଇଥିଲେ। ମଣ୍ଟୁଙ୍କ ଗୀତରେ ଦର୍ଶକମାନେ ଝୁମି ଉଠିଥିବା ବେଳେ ଆଉ କିଛି ଗୀତର ତାଳେ ତାଳେ ନାଚି ପକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe