ଉଦୟପୁର ବେଳାଭୂମିରେ ଗାଧୋଇବା ବେଳେ ଭାସିଗଲେ ଦୁଇ ବଙ୍ଗୀୟ ପର୍ଯ୍ୟଟକ

Advertisment

ଭଣଜା ମୃତ, ମାମୁ ଗୁରୁତର

ଭଣଜା ମୃତ, ମାମୁ ଗୁରୁତର

ଉଦୟପୁର ବେଳାଭୂମିରେ ଗାଧୋଇବା ବେଳେ ଭାସିଗଲେ ଦୁଇ ବଙ୍ଗୀୟ ପର୍ଯ୍ୟଟକ

UdaipurTimes.com

ଭୋଗରାଇ: ଭୋଗରାଇ ବ୍ଲକ ଉଦୟପୁର ସମୁଦ୍ରରେ ଗାଧୋଇବା ୨ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମହଙ୍ଗା ପଡ଼ିଛି। ଉଭୟ ସମୁଦ୍ରରେ ଭାସି ଯାଉଥିବା ବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପଡ଼ୋଶୀ ପଶ୍ଚିମବଙ୍ଗ ନଦିଆ ଥାନା କଲ୍ୟାଣପୁର ଅଞ୍ଚଳର ଜାନୀ ଗୋପାଳ ଘୋଷ, ପତ୍ନୀ ସୀମା, ୩ବର୍ଷର ପୁଅ ଭଣଜା ଉଦୟ ଜାଲି (୧୬)ଙ୍କୁ ନେଇ ଦୀଘା ବୁଲିବାକୁ ଆସିଥିଲେ। ଦୀଘାରେ ବୁଲିବା ପରେ ଦିନ ପ୍ରାୟ ୧୧ଟାରେ ଉଦୟପୁର ବେଳାଭୂମିରେ ପହଞ୍ଚିଥିଲେ। ସୀମା ତାଙ୍କର ଛୋଟ ପୁଅକୁ ଧରି ବେଳାଭୂମିରେ ଥିବା ଏକ ଉଠାଦୋକାନରେ ବସିଥିବା ବେଳେ ମାମୁ ଜାନୀ ଓ ଭଣଜା ଉଦୟ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ପାଣିରେ ହଠାତ୍ ଭଣଜା ଉଦୟ ଭାସିଯାଉଥିବା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଯାଇ ମାମୁ ଜାନୀ ଗୋପାଳ ଭାସି ଯାଇଥିଲେ।

ଏହା ଦେଖି ଜାନୀଙ୍କ ପତ୍ନୀ ସୀମା ଓ ଅନ୍ୟ ପର୍ଯ୍ୟଟକମାନେ ଚିତ୍କାର କରିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ କିଛି ବ୍ୟବସାୟୀ ଜୀବନକୁ ବାଜି ଲଗାଇ ଜାନୀ ଗୋପାଳଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ମାତ୍ର ଭଣଜା ଉଦୟ ଦୀର୍ଘ ସମୟ ଧରି ସମୁଦ୍ରରେ ନିଖୋଜ ହୋଇଯାଇଥିବା ବେଳେ ପ୍ରାୟ ୨ଘଣ୍ଟା ପରେ ଦୀଘାର ଓସିୟାନା କୂଳରେ ଅଚେତ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେଠାରୁ ଉଦୟଙ୍କୁ ଉଦ୍ଧାର କରି ଦୀଘା ଜେନେରାଲ ହସପିଟାଲକୁ ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ସେପଟେ ଗୁରୁତର ଅବସ୍ଥାରେ ଜାନୀ ଗୋପାଳଙ୍କ ଚିକିତ୍ସା ଚାଲିଥିବା ଡାକ୍ତର କହିଛନ୍ତି।

ତେବେ ଉକ୍ତ ଘଟଣାଟି ଓଡ଼ିଶା ପଟେ ଘଟିଛି ଓ ସେହି ସମୟରେ ବେଳାଭୂମିରେ ସାମୁଦ୍ରିକ ଥାନା ପୁଲିସ ଉପସ୍ଥିତ ଥାଇ ବି କୌଣସି ସହାୟତା କରି ନଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଥିବା ବେଳେ ସମ୍ପୃକ୍ତ ୨ ପର୍ଯ୍ୟଟକ ପଶ୍ଚିମବଙ୍ଗ ପଟେ ଗାଧୋଉଥିଲେ ଓ ଘଟଣାସ୍ଥଳରେ କୌଣସି ବୋଟ୍ କିମ୍ବା କୋଷ୍ଟଗାର୍ଡ ନଥିବାରୁ ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଇପାରିଲାନାହିଁ ବୋଲି ତାଳସାରୀ ସାମୁଦ୍ରିକ ଥାନା ସହକାରୀ ଏଏସ୍‌ଆଇ ଭଗବାନ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe