ରାଉରକେଲାରୁ ଉଡ଼ାନ୍‌ : ସହଯୋଗ ନ କଲେ ଜମି ଫେରସ୍ତ ବିକଳ୍ପ

Advertisment
ରାଉରକେଲାରୁ ଉଡ଼ାନ୍‌ : ସହଯୋଗ ନ କଲେ ଜମି ଫେରସ୍ତ ବିକଳ୍ପ

ରାଉରକେଲା : ଆଞ୍ଚଳିକ ବିମାନ ସଂଯୋଗ ଯୋଜନା (ଆର୍‌ସିଏସ୍‌)ରେ ‘ଉଡ଼େ ଦେଶ୍‌ କା ଆମ୍‌ ନାଗରିକ୍‌’ (ଉଡ଼ାନ୍‌) ପାଇଁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କର୍ତ୍ତୃପକ୍ଷ ଯଦି ପୂର୍ବ ବୁଝାମଣା ଅନୁଯାୟୀ ରାଉରକେଲା ଏୟାର୍‌ ଷ୍ଟ୍ରିପ୍‌କୁ ପ୍ରସ୍ତୁତ ନ କରିବେ, ତେବେ ତାହାକୁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କୁ ହସ୍ତାନ୍ତର କରିବାକୁ ସରକାର ପରାମର୍ଶ ଦେବେ। ସେଥିରେ ରାଜି ନହେଲେ ଏୟାର୍‌ ଷ୍ଟ୍ରିପ୍‌ ଜମି ଫେରସ୍ତ ନିମନ୍ତେ ସରକାର ବିକଳ୍ପ ପ୍ରସ୍ତାବ ଦେବେ। କାରଣ ଉଡ଼ାନ୍‌ ପାଇଁ ସରକାର ସେ ଜମିକୁ ଏଏଆଇକୁ ହସ୍ତାନ୍ତର କରିବେ। ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗତ ୨୪ ତାରିଖରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ଆପାତତଃ ଏଭଳି ପ୍ରସ୍ତାବ ନିଆଯାଇଛି।

ସୂଚନାଯୋଗ୍ୟ, ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ମାଲିକାନାରେ ଥିବା ରାଉରକେଲା ଏୟାର ଷ୍ଟ୍ରିପ୍‌ରୁ ଆସନ୍ତା ନଭେମ୍ବରରୁ ‘ଉଡ଼ାନ୍‌’ ଆରମ୍ଭ କରିବାକୁ ସରକାର ପ୍ରସ୍ତୁତି ନେଇଥିଲେ। ତେଣୁ ପ୍ରାକ୍‌ ପ୍ରସ୍ତୁତି ନିମନ୍ତେ ସେଲ୍‌ ତଥା ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ସହ ଆନୁଷ୍ଠାନିକ ବୁଝାମଣା ହୋଇଥିଲା। ବୁଝାମଣା ଅନୁଯାୟୀ ସେଲ୍‌ ମାଲିକାନାରେ ଏହି ଏୟାର ଷ୍ଟ୍ରିପ୍‌ ରହିଲେ ମଧ୍ୟ ଏହାର ବିକିଶ, ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ଏଏଆଇ ହାତରେ ରହିବ। ଆର୍‌ଏସ୍‌ପି ଇତିମଧ୍ୟରେ ବିମାନ ବନ୍ଦର ବିକାଶ ପାଇଁ ପଦକ୍ଷେପ ନେଇଥିବା ବେଳେ ଅବ୍‌ଷ୍ଟାକଲ୍‌ ଲିମିଟେଡ୍‌ ସର୍ଭେ (ଓଏଲ୍‌ଏସ୍‌) ପାଇଁ ଟେଣ୍ଡର ଆହ୍ଵାନ କରିଥିବା ସରକାରଙ୍କୁ ଜଣାଇଛି। ବ୍ୟାବସାୟିକ ବିମାନ ବନ୍ଦରର ମାନ୍ୟତା ହାସଲ ଲାଗି ଆର୍‌ଏସ୍‌ପି ଲାଇସେନ୍ସ ଆଣିବା ସହ ନିରାପତ୍ତା ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ନିମନ୍ତେ କମ୍ପାନି ମାନବ ସମ୍ବଳ ଯୋଗାଇ ଦେବାକୁ ସରକାର ପ୍ରସ୍ତାବ ଦେଇଥିଲେ। ତେବେ ଏ ଦିଗରେ ବିଶେଷ ଅଗ୍ରଗତି ଘଟିନଥିବାରୁ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କୁ ଆଗାମୀ ବୈଠକକୁ ଡାକି ଆଲୋଚନା କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe