ଉଦୟ ଶର୍ମାଙ୍କୁ ଅର୍ଥନୀତିରେ ସ୍ବର୍ଣ୍ଣ ପଦକ

Advertisment
ଉଦୟ ଶର୍ମାଙ୍କୁ ଅର୍ଥନୀତିରେ ସ୍ବର୍ଣ୍ଣ ପଦକ

ଭୁବନେଶ୍ବର : ଉଦୀୟମାନ ଛାତ୍ର ଉଦୟ ଶର୍ମା, ସିଙ୍ଗାପୁରସ୍ଥିତ ବିଶ୍ୱବିଖ୍ୟାତ ନାନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟ,ଏନଟିୟୁରୁ ଅର୍ଥନୀତିରେ ସର୍ବାଧିକ ନମ୍ବର ରଖି ଲି କ୍ୱାନ ୟେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଶ୍ରେଷ୍ଠ ସ୍ନାତକ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରି ଉଦୟ ବିରଳ କୃତିତ୍ୱ ଅର୍ଜନ କରିଛନ୍ତି। ସଂପ୍ରତି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସିଙ୍ଗାପୁରର ରାଷ୍ଟ୍ରପତି ହଲିମାହ ୟାକବ ଉଦୟଙ୍କୁ ସ୍ୱର୍ଣ୍ଣ ପଦକ ଓ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ଉଲ୍ଲେଖ ଯେ ସିଙ୍ଗାପୁରର ପ୍ରଥମ ପ୍ରଧାନମନ୍ତ୍ରୀ ଲି କ୍ୱାନ ୟେଙ୍କ ନାମରେ ଏହି ସ୍ୱର୍ଣ୍ଣ ପଦକ ନାମିତ ହୋଇଛି।

ନାନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟ ହେଉଛି ବିଶ୍ୱରେ ପ୍ରୟୋଗାତ୍ମକ ବୈଷୟିକ ଜ୍ଞାନକୌଶଳ ବିକାଶ ଗବେଷଣା କ୍ଷେତ୍ରରେ ଅନ୍ୟତମ ଶ୍ରେଷ୍ଠ ଗବେଷଣା ଅନୁଷ୍ଠାନ। ଅର୍ଥନୀତିରେ ସ୍ନାତକ ଶିକ୍ଷାରେ ସର୍ବୋଚ୍ଚ ନମ୍ବର ହାସଲ ସହ ବିଶ୍ୱ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱକୁ ବିଚାର କରାଯାଇ ସ୍ୱର୍ଣ୍ଣ ପଦକ ଲାଗି ଉଦୟ ଶର୍ମାଙ୍କ ନାମ ବିଶ୍ୱବିଦ୍ୟାଳୟ ଚୂଡାନ୍ତ କରିଥିଲେ। ଏହି ପଦକ ହାସଲ ପରେ ଉଦୟ ଆମେରିକାର ପ୍ରତଷ୍ଠିତ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟେସନାଲ ଫାଇନାନ୍ସ ପାଠ୍ୟକ୍ରମରେ ଏମ୍‌ଏସ୍ ଲାଗି ସିଧାସଳଖ ଯୋଗ୍ୟ ବିବେଚିତ ହୋଇଛନ୍ତି। ଉଦୟ ଶର୍ମା ହେଉଛନ୍ତି ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଦମ୍ପତି ରାଜକୁମାର ଶର୍ମା ଓ ମୋନା ଶର୍ମାଙ୍କ ଏକମାତ୍ର ପୁତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe