ବିପଦରେ ପ୍ରାଚୀନ ବୌଦ୍ଧପୀଠ: ଉଦୟଗିରିରୁ ଗ୍ରୀଲ୍‌ ତାଡ଼ି ନେଇଗଲେ ଦୁର୍ବୃତ୍ତ

Advertisment
ବିପଦରେ ପ୍ରାଚୀନ ବୌଦ୍ଧପୀଠ: ଉଦୟଗିରିରୁ ଗ୍ରୀଲ୍‌ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବାଲିକୁଦା : ବଡ଼ଚଣା ବ୍ଲକର ପ୍ରାଚୀନ ବୌଦ୍ଧପୀଠ ଉଦୟଗିରିରୁ ଗ୍ରିଲ୍‌ ତାଡ଼ି ନେଇଯାଇଛନ୍ତି ଦୁର୍ବୃତ୍ତ। ୨୧୭ ହେକ୍ଟର ପରିମିତ ବୌଦ୍ଧପୀଠର ପରିସୀମାକୁ ସୁରକ୍ଷା ଦେବା ପାଇଁ ୫/୬ ବର୍ଷ ତଳେ ଏକ ସୁରକ୍ଷା ପାଚେରି ନିର୍ମାଣ କରାଯାଇଥିଲା। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଟିସିଆଇଏଲ ନାମକ ଏକ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ୫ କୋଟି ଟଙ୍କା ବ୍ୟୟ ବରାଦରେମାଙ୍କଡ଼ା ପଥରରେ ପାଚେରି ନିର୍ମାଣ ହେବା ସହ ଗ୍ରାନାଇଟର ଆସ୍ତରଣ ଦିଆଯାଇଥିଲା। ଏହା ଉପରେ ଲୁହା ଗ୍ରୀଲ ଲଗାଯାଇଥିଲା। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଗୋପାଳପୁର ଗ୍ରାମ ପାହାଡ଼ ଉପରେ ପ୍ରାୟ ଏକ କିଲୋମିଟର ନିର୍ମାଣ କାର୍ଯ୍ୟ ଛାଡ଼ି ସଂସ୍ଥା ପାର୍‌ ହୋଇଯାଇଛି। ଯେତିକି ନିର୍ମାଣ ହୋଇଥିଲା ତାହାକୁ ଦୁର୍ବୃତ୍ତମାନେ ଚୋରି କରିନେଇଗଲେଣି। ପ୍ରଥମେ ଲୁହା ଆଙ୍ଗେଲ ମଧ୍ୟରେ ଲଗାଯାଇଥିବା ଛଡ଼କୁ ନେଇଥିଲେ। ଏବେ ମାଙ୍କଡ଼ା ପଥର ତାଡି ଆଙ୍ଗେଲ ମଧ୍ୟ ନେଇଯାଉଛନ୍ତି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଠିକାସଂସ୍ଥା କିମ୍ବା ଏଏସ୍‌ଆଇ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛନ୍ତି। ୧୯୮୨ ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏହି ବୌଦ୍ଧପୀଠକୁ ହାତକୁ ନେଇଥିଲା। ୧୯୮୬-୮୭ ରେ ପ୍ରଥମ ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ପୁନର୍ବାର ୨୦୦୧-୦୨ ରେ ଖନନ କାର୍ଯ୍ୟ କରାଯାଇ ଅଧାପନ୍ତରିଆ ଭାବେ ଛାଡ଼ି ଦିଆଯାଇଥିଲା। ପାଚେରି ଭାଙ୍ଗି ନେଇଯିବା ଯୋଗୁଁ ବୁଲା ଗୋରୁ ଛେଳି ପୀଠ ମଧ୍ୟକୁ ପ୍ରବେଶ କରୁଛନ୍ତି। ଅତୀତରେ ଏଠାରୁ ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା। ଲକ୍ଷଲକ୍ଷ ଟଙ୍କାର ପାଚେରି ଭାଙ୍ଗି ନେଉଥିବା ବେଳେ ବିଭାଗ ପକ୍ଷରୁ ଥାନାରେ ଏତଲା ମଧ୍ୟ ଦିଆଯାଇନାହିଁ। ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା କଡ଼ରୁ ଚୋରି ହେଉଥିବା ବେଳେ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe