Wikimapia
ଯାଜପୁର : ହରିଦାସପୁର-ପାରାଦୀପ ରେଳପଥ ଅନ୍ତର୍ଗତ ୩ ନମ୍ଵର୍ ଷ୍ଟେସନର ନାମ ରତ୍ନଗିରିରୋଡ ଷ୍ଟେସନ ପରିବର୍ତ୍ତେ ଉଦୟଗିରି-ରତ୍ନଗିରିରୋଡ ରେଳଷ୍ଟେସନ ନାମରେ ନାମିତ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଘରୋଇ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ଆସିଥିବା ଚିଠିରେ ଏହି ବିଷୟ ଉଲ୍ଲେଖ କରାଯାଇଛି। ଓଡିଶା ଗେଜେଟ୍ରେ ଏହି ନିଷ୍ପତ୍ତି ପ୍ରକାଶ ପାଇଁ କୁହାଯାଇଛି। ନାମ ଲେଖିବା ପାଇଁ ଇଂରାଜୀ, ହିନ୍ଦୀ ଓ ସ୍ଥାନୀୟ ଭାଷାରେ କେଉଁ ପ୍ରକାର ଲିପି ବ୍ୟବହାର କରାଯିବ, ତାହାର୍ ନମୁନା ମଧ୍ୟ ଏହି ଚିଠିରେ ଦର୍ଶାଯାଇଛି।
/sambad/media/post_attachments/wp-content/uploads/2023/06/jjj-2-300x272.jpg)
ପୂର୍ବତଟ ରେଳପଥ ଅନ୍ତର୍ଗତ ହରିଦାସପୁର-ପାରାଦୀପ ରେଳପଥ ପାର୍ଶ୍ବ​ରେ ବିଶ୍ବ ପ୍ରସିଦ୍ଧ ବୌଦ୍ଧବିହାର ଉଦୟଗିରି ରହିଛି। ମାତ୍ର ରେଳ ବିଭାଗ କର୍ତ୍ତୃପକ୍ଷ କୌଣସି କାରଣରୁ ଏହି ଷ୍ଟେସନର ନାମ ବୌଦ୍ଧବିହାର ରତ୍ନଗିରିରୋଡ୍ ଷ୍ଟେସନ ନାମରେ ଥିଲା। ଫଳରେ ଉଦୟଗିରି ବୈାଦ୍ଧବିହାରକୁ ଅଣଦେଖା କରାଯାଉଥିବାର ଅଭିଯୋଗ କରି ଉଦୟଗିରି ମହୋତ୍ସବ ସମିତି ପକ୍ଷରୁ ଏହାର ପ୍ରତିବାଦ କରାଯାଇଥିଲା। ଏହାପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ପତ୍ର ଜରିଆରେ ଜଣାଇ ଦିଆଯାଇଛି।
Follow Us