ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା : ଛୁଟିଦିନରେ ପରୀକ୍ଷା କର

Advertisment
ଅଫ୍‌ଲାଇନ୍‌ରେ ୟୁଜି ଓ ପିଜି ପରୀକ୍ଷା କରିବାକୁ ବିଜ୍ଞପ୍ତି

Image Courtesy of Latest News Headlines

ଭୁବନେଶ୍ୱର : ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୦ ତାରିଖ ମଧ୍ୟରେ ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ। ଯେଉଁ ଶେଷ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ବ୍ୟାକ୍‌ ପେପର ବାକି ରହିଛି ତାହାର ପରୀକ୍ଷା ଯେତେଶୀଘ୍ର ସମ୍ଭବ କରିବା ଦିଗରେ ବିଶ୍ୱବିଦ୍ୟାଳୟଗୁଡ଼ିକ ପଦକ୍ଷେପ ନେବେ। ଯଦି ଦରକାର ପଡ଼େ ତେବେ ଛୁଟି ଦିନରେ ବି ପରୀକ୍ଷା କରାଇବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଜି ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ ଅକ୍ଟୋବର ୩୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ଯେଉଁ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇ ନ ଥିବେ ସେମାନଙ୍କ ଲାଗି କୋଭିଡ୍‌-୧୯ ସ୍ଥିତିରେ ସୁଧାର ଆସିଲେ ଅଥବା ଡିସେମ୍ବର ସୁଦ୍ଧା ସ୍ୱତନ୍ତ୍ର ପରୀକ୍ଷା କରିବା ଦିଗରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ନେବେ। ଯେଉଁମାନେ ଅଫ୍‌ଲାଇନରେ ପରୀକ୍ଷା କରାଇବେ ସେମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜୁଲାଇ ୬ରେ ଜାରି ହୋଇଥିବା ଏସ୍ଓପି ପାଳନ କରିବା ବାଧ୍ୟତାମୂଳକ। ପରୀକ୍ଷା ପରିଚାଳନା, ଖାତା ମୂଲ୍ୟାୟନ, ଫଳ ପ୍ରକାଶ ଆଦି କାର୍ଯ୍ୟ ପାଇଁ ଶିକ୍ଷାନୁଷ୍ଠାନଗୁଡିକ ଛୁଟି ଦିନରେ ଶିକ୍ଷକ ଓ ଅଣ ଶିକ୍ଷକମାନଙ୍କୁ ଡାକି ପାରିବେ। ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର ଡିଡିସିଇର ଶେଷ ସେମିଷ୍ଟର ପରୀକ୍ଷାରେ ମଧ୍ୟ ଏହି ନିୟମ ଲାଗୁ ହେବ। ଏଥିସହ ଦୁଇ ବାର୍ଷିଆ ବିଏଡ, ତିନି ବାର୍ଷିଆ ଇଣ୍ଟିଗ୍ରେଟେଡ ବିଏଡ, ଏମଏଡ, ଚାରି ବାର୍ଷିଆ ବିଏ ବିଏଡ/ବିଏସସି ବିଏଡ, ସମସ୍ତ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଏହା ଲାଗୁ କରିବାକୁ କୁହାଯାଇଛି। ୟୁଜିସି ପକ୍ଷରୁ ଏପ୍ରିଲ ୨୯ରେ ଜାରି ହୋଇଥିବା ନିର୍ଦେଶାବଳୀ ଅନୁଯାୟୀ ୟୁଜି ଓ ପିଜି ପାଠ୍ୟକ୍ରମର ବାକି ସେମିଷ୍ଟର ପରୀକ୍ଷା ଫଳ ଡିସେମ୍ବର ୩୧ ସୁଦ୍ଧା ପ୍ରକାଶ କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe