ପିଜି ନାମଲେଖା ପାଇଁ ବଢିଲା ସମୟ ସୀମା

ଭଦ୍ରକ ଜିଲ୍ଲାରେ ୨୦୭ ସ୍କୁଲ ବନ୍ଦ; ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନେଇ ଗାଁ ଗାଁରେ ତେଜୁଛି ଆନ୍ଦୋଳନ

Schools Week

ନୂଆଦିଲ୍ଲୀ: ପୋଷ୍ଟ ଗ୍ରାଜୁଏଟ (ପିଜି) ଓ ଅଣ୍ଡର ଗ୍ରାଜୁଏଟ (ୟୁଜି) ଶ୍ରେଣୀରେ ଫାଇନାଲ ପରୀକ୍ଷା ଶେଷ କରି ଫଳ ପ୍ରକାଶନ କରିବାକୁ ୟୁଜିସିର ଜୁଲାଇ ୬ରେ ସଂଶୋଧିତ ଗାଇଡଲାଇନ୍ସ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। କୋଭିଡ୍-୧୯ ସଙ୍କଟ ଦୃଷ୍ଟିରୁ ଅନ୍‌ଲାଇନ୍/ଅଫ୍‌ଲାଇନ୍ ପରୀକ୍ଷା ବାତିଲ କରିବା ଲାଗି ଆବେଦନକାରୀମାନେ କରିଥିବା ଦାବିକୁ ସୁପ୍ରିମ୍ କୋର୍ଟ ଖାରଜ କରିବା ସହ ପରୀକ୍ଷା କରିବାକୁ ଅନୁମତି ଦେଇଛନ୍ତି। ତେବେ ପରୀକ୍ଷା କରାଇବାକୁ ଅନୁମତି ମିଳିବା ପରେ ଏବେ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ତାରିଖ ସହ ପରୀକ୍ଷାର ତାରିଖରେ ପରିବର୍ତ୍ତନ ଅଣାଯାଇଛି।

ଏବେ ଅଗଷ୍ଟ ୧୨ରୁ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟାକୁ ସେପ୍ଟେମ୍ବର ୧୦, ରାତି ୧୧.୪୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ପୂର୍ବରୁ ଆବେଦନର ‌ଶେଷ ତାରିଖ ଅଗଷ୍ଟ ୩୧ ଥିଲା। ପୂର୍ବରୁ ଇ-ସ୍ପେସ୍‌ରେ ହଲ୍‌ ଟିକେଟ୍‌ ଉପଲବ୍ଧ ହେବା ତାରିଖ  ସେପ୍ଟେମ୍ବର ୨୦ ଥିବା ବେଳେ ଏବେ ଏହାକୁ ସେପ୍ଟେମ୍ବର ୩୦ କରାଯାଇଛି।  ସେପ୍ଟେମ୍ବର ୩୦ରେ ଆବେଦନକାରୀ ସେଠାରୁ ହଲ୍‌ ଟିକେଟ୍‌ ଡାଉନ୍‌ଲୋଡ୍‌ କରି‌ପାରିବେ। ଅକ୍ଟୋବର ୧୦ରୁ ଅକ୍ଟୋବର ୧୯ ମଧ୍ୟରେ ପ୍ରବେଶିକା ପରୀକ୍ଷା ହେବ। ଅକ୍ଟୋବର ୨୨, ରାତି ୧୧.୪୫ରେ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ପିଜି ପାଠ୍ୟକ୍ରମରେ ଶିକ୍ଷା ଦେଉଥିବା ବିଶ୍ବବିଦ୍ୟାଳୟ ଓ କଲେଜ ନଭେମ୍ବର ୩୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବେ। ଡିସେମ୍ବର ୩ରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।

Board Exam 2020: CBSE Resumes Student Tele-Counseling Services NDTV.com

ତେବେ ଏ ନେଇ ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସୁପ୍ରିମ କୋର୍ଟଙ୍କ ରାୟର ସବିଶେଷ ବିବରଣୀ ପାଇବା ପରେ ଆମେ ଆବଶ୍ୟକ ଅନୁସାରେ ପଦକ୍ଷେପ ନେବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe