ସାଧାରଣତନ୍ତ୍ର ଦିବସ ପାଳନ ନେଇ ୟୁଜିସିର ଏସ୍‌ଓପି: ସକାଳ ସାଢ଼େ ୯ଟା ସୁଦ୍ଧା ଉଡ଼ିବ ପତାକା

Advertisment
ସାଧାରଣତନ୍ତ୍ର ଦିବସ ପାଳନ ନେଇ ୟୁଜିସିର ଏସ୍‌ଓପି: ସକାଳ ସାଢ଼େ ୯ଟା ସୁଦ୍ଧା ଉଡ଼ିବ ପତାକା

India Today

ଭୁବନେଶ୍ୱର : କରୋନା କଟକଣା ମଧ୍ୟରେ ଏଥର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ଆଜାଦି କା ଅମ୍ରିତ୍‌ ମହୋତ୍ସବକୁ ସଫଳତାର ସହ ଶିକ୍ଷାନୁଷ୍ଠାନରେ ପାଳନ କରିବାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥିସହ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଯୋଗାସନ ସ୍ପୋର୍ଟସ ଫେଡରେସନ(ଏନ୍‌ୱାଇଏସ୍‌ଏଫ୍‌) ସହଯୋଗରେ ୭୫କୋଟି ସୂର୍ଯ୍ୟ ନମସ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ସେହି ଅନୁଯାୟୀ ଜାନୁଆରି ୨୬ରେ ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସରେ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ କରାଯିବ। ସଙ୍ଗୀତର ଧୂନ ସହ ତ୍ରିରଙ୍ଗା ସମ୍ମୁଖରେ ସୂର୍ଯ୍ୟ ନମସ୍କାର କରିବାକୁ ଦେଶର ୩୦ ହଜାର ଶିକ୍ଷାନୁଷ୍ଠାନକୁ ପରାମର୍ଶ ଦିଆଯାଇଛି। ଏଥିରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଷ୍ଟାଫ୍‌ କିଭଳି ଭାଗ ନେଇ ପାରିବେ। ଏଥିସହ ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଜାରି ଗାଇଡ୍‌ଲାଇନ୍‌ ପାଳନ କରିବା ଦିଗରେ ପଦକ୍ଷେପ ନେବାକୁ ୟୁଜିସି ପକ୍ଷରୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଉଚ୍ଚ ଶିକ୍ଷାନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ କିଭଳି ପାଳନ କରାଯିବ, ସେନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏସ୍‌ଓପି ଜାରି ହୋଇଛି। ସେଥିରେ ଉଲ୍ଲେଖ ହୋଇଛି ଯେ ସକାଳ ୯ଟା ୩୦ ସୁଦ୍ଧା ସାଧାରଣତନ୍ତ୍ର ଦିବସର ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଶେଷ ହେବ। କୋଭିଡ୍‌ ସ୍ଥିତିକୁ ଦେଖି ଭର୍ଚୁଆଲ କିମ୍ବା ଫିଜିକାଲ ମୋଡ୍‌ରେ କାର୍ଯ୍ୟକ୍ରମ କରାଯିବ ଏବଂ ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଏଥିରେ ଉପସ୍ଥିତ ରହିବେ। ନ୍ୟାସନାଲ ୱାର୍‌ ମେମୋରିଆଲ୍‌(ଏନ୍‌ଡବ୍ଲୁଏମ୍‌) କିମ୍ବା ଏଥିସହ ଜଡ଼ିତ ଥିବା କୌଣସି ଭିଡ଼ିଓ ସମସ୍ତଙ୍କ ନିକଟରେ ପହଞ୍ଚାଯିବ। ସ୍ବାଧୀନତାର ୭୫ ବର୍ଷ ପାଳନ କରାଯାଉଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନ ନିଜର କ୍ରାଫ୍ଟ ପ୍ରୋଜେକ୍ଟ ପ୍ରସ୍ତୁତ କରିବା ସହ ସେଗୁଡ଼ିକୁ ସୀମାରେ ଥିବା ଯବାନଙ୍କ ନିକଟକୁ ପଠାଇବେ। କ୍ରାଫ୍ଟ ପଠାଇବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟସ୍ତରରେ ଏକ ସ୍ବତନ୍ତ୍ର ପରିଚାଳନା ବ୍ୟବସ୍ଥା ହେବ।

ଯଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଥାଏ, ତେବେ ପିଲାମାନେ ନିଜ ଘରେ ଏହାକୁ କରିବାକୁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଉତ୍ସାହିତ କରିବେ। ପ୍ରୋଜେକ୍ଟଗୁଡ଼ିକୁ ଆରଡିସି ୱେବସାଇଟ୍‌ରେ ଶିକ୍ଷାନୁଷ୍ଠାନ ନାମ ସହ ପ୍ରଦର୍ଶିତ କରାଯିବ। ଶ୍ରେଷ୍ଠ ବିବେଚିତ କ୍ରାଫ୍ଟକୁ ଜାତୀୟସ୍ତରରେ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି। ସାଧାରଣତନ୍ତ୍ର ଦିବସ ଉପରେ ୫ଟି ବିଷୟବସ୍ତୁକୁ ନେଇ ଜାନୁଆରି ୨୫ ସୁଦ୍ଧା ଶିକ୍ଷାନୁଷ୍ଠାନରେ ବକ୍ତୃତା, ନାଟକ, ପ୍ରବନ୍ଧ ଲିଖନି ଆଦି କରିବାକୁ ପରାମର୍ଶ ଦିଆଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମ କରିବାକୁ ୟୁଜିସି ଅଧୀନ ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe