ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଟ୍ଵିଟ୍‌ : ଲୋମଶ ‘କାହ୍ନା ’ଏମକେସିଜି ସ୍ଥାନାନ୍ତର

Advertisment

୪ ଜଣିଆ ପାଷ୍ଟିକ୍‌ ସର୍ଜରୀ ବିଶେଷଜ୍ଞ ଟିମ୍‌ ଗଠିତ, ଚିକିତ୍ସା ଖର୍ଚ୍ଚ ଦେବେ ସରକାର

୪ ଜଣିଆ ପାଷ୍ଟିକ୍‌ ସର୍ଜରୀ ବିଶେଷଜ୍ଞ ଟିମ୍‌ ଗଠିତ, ଚିକିତ୍ସା ଖର୍ଚ୍ଚ ଦେବେ ସରକାର

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଟ୍ଵିଟ୍‌ : ଲୋମଶ ‘କାହ୍ନା ’ଏମକେସିଜି ସ୍ଥାନାନ୍ତର

ଭଂଜନଗର : ଲୋମଶ ଶିଶୁ ‘କାହ୍ନା’ଙ୍କୁ ଆଜି ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଟ୍ଵିଟ୍‌ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ତତ୍‌ପରତା ପ୍ରକାଶ ପାଇଛି।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ବାଘୁଆ ଗାଁର ରାମଚନ୍ଦ୍ର ନାଇକ ଓ ମମତାଙ୍କ ୬ ବର୍ଷର ପୁଅ କାହ୍ନାର ଶରୀର ଲୋମଶ ପାଲଟିଯିବା ସଂକ୍ରାନ୍ତ ଖବର ଗତ ୧୬ ତାରିଖରେ ‘ସମ୍ବାଦ’ରେ ପ୍ରକାଶିତ ହୋଇଥିଲା। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଟ୍ଵିଟର୍‌ ମାଧ୍ୟମରେ ବାର୍ତା ପହଞ୍ଚିଛି। କାହ୍ନାର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏଥିରେ ଟ୍ଵିଟ୍‌ କରିଛନ୍ତି। ଏହାପରେ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କାହ୍ନାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଆଜି କାହ୍ନାକୁ ବ୍ରହ୍ମପୁରସ୍ଥିତ ସିଡିଏମଓଙ୍କ କାର୍ଯ୍ୟାଳୟକୁ ଅଣାଯିବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୪ ଜଣିଆ ପ୍ଲାଷ୍ଟିକ ସର୍ଜରୀ ବିଭାଗ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ଏହି ସ୍ୱତନ୍ତ୍ର ଟିମ୍‌ କାହ୍ନାଙ୍କ ବିଭିନ୍ନ ପରୀକ୍ଷା ଆରମ୍ଭ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe