ଠେଲାରେ ଉଜ୍ଜ୍ବଳା! : ଗରିବ ଘରେ ଜଳୁନି, ଦୋକାନରେ ଲାଗୁଛି

Advertisment

୧୩୦୦ ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର, ତଦାରଖ କରୁନାହାନ୍ତି କର୍ତ୍ତୃପକ୍ଷ

୧୩୦୦ ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର, ତଦାରଖ କରୁନାହାନ୍ତି କର୍ତ୍ତୃପକ୍ଷ

ଠେଲାରେ ଉଜ୍ଜ୍ବଳା! : ଗରିବ ଘରେ ଜଳୁନି, ଦୋକାନରେ ଲାଗୁଛି

ସମ୍ବଲପୁର : ଉଜ୍ଜ୍ବଳା ଯୋଜନା ଏବେ ବାଟବଣା ହେବାରେ ଲାଗିଛି। ଉପଯୁକ୍ତ ତଦାରଖ ଅଭାବରୁ ଏହି ଯୋଜନାରେ ରିହାତି ଦରରେ ମିଳୁଥିବା ଗ୍ୟାସ ଏବେ ହୋଟେଲ ଓ ଜଳଖିଆ ଦୋକାନରେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ତେଣୁ ଏ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ସ୍ବାଭାବିକ ଭାବେ ପ୍ରଶ୍ନ ସୃଷ୍ଟି ହୋଇଛି।

ଶନିବାର ଦିନ ସମ୍ବଲପୁରରେ ଏକ ରାସ୍ତାକଡ଼ ଠେଲାରେ ଉଜ୍ଜ୍ବଳା ଯୋଜନାର ସିଲିଣ୍ଡର ବ୍ୟବହାର ହେଉଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ ଦୋକାନୀଜଣକ ବେଶ୍ ଦୃଢ଼ତାର ସହ ଉତ୍ତର ଦେଇଥିଲେ, ଆମେ ଗରିବ ଲୋକ, ଦୋକାନରୁ ଦୁଇ ପଇସା ମିଳିଲେ ଘର ଚଳାଉଛୁ। ଆମେ ଗରିବ ବୋଲି ଗ୍ୟାସ ପାଇଛୁ। ଏହାକୁ ନେଇ ଆମେ ଘରେ ରୋଷେଇ କଲେ କି ଦୋକାନରେ ଲଗାଇଲେ କାହାର କ’ଣ ଯାଉଛି।

ଏହି ଘଟଣା ନେଇ ସମ୍ବଲପୁର ଜିଲ୍ଲା ସୋସିଆଲ ଡେଭଲପମେଣ୍ଟ ପ୍ରଫେସନାଲ ସତ୍ୟନାରାୟଣ ନାୟକଙ୍କୁ ପଚରାଯିବାରେ ସେ କହିଥିଲେ ଯେ, ଏନେଇ ସେଲସ ମ୍ୟାନେଜର ଓ ସ୍କ୍ବାଡକୁ ସୂଚନା ମିଳିଲେ ସେମାନେ ଚଢ଼ଉ କରିବେ।

ମିଳିଥିବା ସୂଚନା ମୁତାବକ, ସମ୍ବଲପୁର ଜିଲ୍ଲାରେ ତିନୋଟି କମ୍ପାନିର ମୋଟ ୧୭ଟି ଡିଷ୍ଟ୍ରିବ୍ୟୁସନ୍ କେନ୍ଦ୍ର ରହିଛି। ଏହା ମଧ୍ୟରୁ ସହରାଞ୍ଚଳରେ ୭ଟି ଓ ଗ୍ରାମାଞ୍ଚଳରେ ୧୦ଟି ରହିଛି। ୨୦୧୬ ମସିହ‌ାରୁ ଚଳିତ ଅକ୍ଟୋବର ୧ ତାରିଖ ସୁଦ୍ଧା ଏହିସବୁ ଏଜେନ୍ସିଙ୍କ ଦ୍ବାରା ୬୫ ହଜାର ହିତାଧିକାରୀଙ୍କୁ ଉଜ୍ବଳା ଯୋଜନାରେ ଗ୍ୟାସ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ତେବେ ଉଜ୍ବଳା ଗ୍ୟାସ ଖାତାରୁ ମିଳିବାକୁ ଥିବା ସବ୍‌ସିଡି ଠିକ୍‌ ସମୟରେ ମିଳୁନଥିବାରୁ କିଛି ଗରିବ ପରିବାର ଗ୍ୟାସ ଭର୍ତ୍ତି କରିବାକୁ ଆଉ ଇଚ୍ଛା ପ୍ରକାଶ କରୁନଥିବା ମଧ୍ୟ କହିଛନ୍ତି। ଏହାବାଦ୍‌ ବର୍ତ୍ତମାନ ସିଲିଣ୍ଡର ପିଛା ୯୩୭ ଟଙ୍କା ପଡ଼ୁଥିବା ବେଳେ ଆସନ୍ତା ମାସ‌େର ଏହା ହଜାରେ ଟଙ୍କା ଛୁଇଁବ ବୋଲି ଜଣାପଡ଼ିଛି। ଏହି ଦରବୃଦ୍ଧି ମଧ୍ୟ ଗରିବ ମୁଣ୍ଡରେ ବୋଝ ହୋଇଯାଉଥିବା ଅ‌େନକ ହିତାଧିକାରୀ ମତବ୍ୟକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗ୍ୟାସ ବିକ୍ରି କରି ଦେଉଛନ୍ତି କିମ୍ବା ଭଡ଼ାରେ ଦେଉଛନ୍ତି ବୋଲି ମଧ୍ୟ ଜଣାପଡ଼ିଛି। ଅପରପକ୍ଷେ, ବ୍ୟବସାୟିକ ପ୍ରତିଷ୍ଠାନରେ ରନ୍ଧନ ଗ୍ୟାସ ବ୍ୟବହାର କରାଯାଇପାରିବ ନାହିଁ ବୋଲି ନିୟମ ରହିଥିବା ସତ୍ତ୍ବେ ଏନେଇ ମଧ୍ୟ ‌େକୗଣସି ଯାଞ୍ଚ କରାଯାଉନ‌ାହିଁ। ଫଳରେ ବେଧଡ଼କ ଭାବେ ରନ୍ଧନ ପାଇଁ ନିମିତ୍ତ ଗ୍ୟାସ ବ୍ୟବସାୟିକ କାର୍ଯ୍ୟରେ ଓ ଗାଡ଼ି ଚଳାଇବାରେ ବି ବ୍ୟବହାର କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe