ଇଉକାଲିପଟାସ କାଠ ଚାଲାଣର ହବ୍ ପାଲଟିଛି ଜୟପୁର: ଯାଉଛି ଆନ୍ଧ୍ର, ତେଲେଙ୍ଗାନା ସହ ମହାରାଷ୍ଟ୍ର,ଗୁଜରାଟ ଓ ଛତିଶଗଡ଼

Advertisment

ଚିନ୍ତାରେ କାଗଜକଳ କାଠ ଭେଣ୍ଡର

ଚିନ୍ତାରେ କାଗଜକଳ କାଠ ଭେଣ୍ଡର

ଇଉକାଲିପଟାସ କାଠ ଚାଲାଣର ହବ୍ ପାଲଟିଛି ଜୟପୁର: ଯାଉଛି ଆନ୍ଧ୍ର, ତେଲେଙ୍ଗାନା ସହ ମହାରାଷ୍ଟ୍ର,ଗୁଜରାଟ ଓ ଛତିଶଗଡ଼

ଜୟପୁର:  ଇଉକାଲି ପଟାସ(ନିଳଗିରୀ) କାଠ ଚାଳାଣର ହବ୍ ପାଲଟିଛି ଜୟପୁର। ପଡୋଶୀ ଜିଲ୍ଲା ରାୟଗଡ଼ା, ନବରଙ୍ଗପୁର ଓ   ପଡୋଶୀ ରାଜ୍ୟ  ଆନ୍ଧ୍ର ପ୍ରଦେଶ, ତେଲେଙ୍ଗନା, ମହାରାଷ୍ଟ୍ର, ଗୁଜରାଟ ଓ ଛତିଶଗଡର ବିଭିନ୍ନ ପ୍ଲାଇ,କାଗଜକଳକୁ ଏଠାରୁ ଯାଉଛି କାଠ। ଏସବୁ ସ୍ଥାନର ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମଧ୍ୟସ୍ଥ ମାନେ ଜୟପୁରରେ ଡ଼େରା ପକାଇ ଚଢ଼ାଦରରେ କିଣି ନେଉଛନ୍ତି ଖଟଲା ଓ ଜାଳେଣୀ କାଠ । ଧିରେ ଧିରେ ଏଭଳି ସ୍ଥିତି ଏଠାରେ ହୋଇଛି ଯୋ ଅଂଚଳରୁ ନିଳଗିରୀ କାଠ ସବୁ ସରି ସରି ଆସିଲାଣି। ଏହି ସ୍ଥିତି ଏଭଳି ଲାଗି ରହିଲେ ଆଗାମୀ ଦିନରେ ସ୍ଥାନୀୟ କାଠ ଭେଣ୍ଡର ମାନେ କାଗଜକଳ ପାଇଁ କାଠ କିଣି ଯୋଗାଇବା ସମ୍ଭବ ପର ନୁହେଁ ଏବଂ ଜାଳେଣୀ କାଠ ନଥିଲେ କିଭଳି କାଗଜକଳ ଚାଳିବ ବୋଲି ବହୁ ଭେଣ୍ଡର କହିଛନ୍ତି।

ସୂଚନା ଅନୁଯାୟୀ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଉତ୍ପାଦିତ ହେଉଥିବା ଇଉକାଲି ପଟାସ(ନିଳଗିରୀ) କାଠର ଚାଳାଣ ଜୟପୁରରୁ ହେଉଛି। ପଡୋଶୀ ରାଜ୍ୟର ପ୍ଲାଇ,କାଗଜକଳ ଆଦିର ଉଚ୍ଚପଦସ୍ଥ ଅଧିକାରୀ,ମଧ୍ୟସ୍ଥ ମାନେ ଜୟପୁରରେ ଡ଼େରା ପକାଇ ଖଟଲା ଓ ଜାଳେଣୀ କାଠକୁ ଚଢ଼ା ଦରରେ କିଣି ଚାଳାଣ କରୁଛନ୍ତି। ପ୍ରତ୍ୟେକ ଦିନ ୧୦, ୧୨ ଓ୧୪ଛକିଆ ଟ୍ରକ ଗୁଡିକରେ ରାୟଗଡ଼ା ଜିଲ୍ଲାର ଜେକେପୁର କାଗଜକଳ , ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ମଙ୍ଗଳମ୍ ଟିମ୍ବର୍ସ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ, ରାଜମହେନ୍ଦ୍ରୀ, ତେଲେଙ୍ଗାନାର ଭଦ୍ରାଚଳମ୍, ମହାରାଷ୍ଟ୍ରର ପୁନେ, ମୁମ୍ବାଇ, ଗୁଜରାଟ, ଛତିଶଡର ଜଗଦଲପୁର, ରାୟପୁର , ରାୟଗଡ଼ା ଜିଲ୍ଲାର ଜେକେ ପୁର ଆଦି ସ୍ଥାନକୁ ଯାଉଛି କାଠ। ପ୍ରତ୍ୟେକ ଦିନ ୨୫ରୁ ୩୦ ଟନର ଖଟଲା ୨୦ଟି ଟ୍ରକ ଯାଉଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ଟ୍ରକ ଜାଳେଣୀ କାଠ ଯାଉଛି।

ଦିନକୁ ଦିନ ଏହି କାଠ ଖାଲି ହେବାରେ ଲାଗିଛି। ଏପରିକି ଅନ୍ୟ ରାଜ୍ୟର କଂପାନୀ ଗୁଡିକ ଜାଳେଣୀ କାଠରେ ଚୋପା ରହିତ , ଚୋପା ଛଡ଼ା କାଠ ସହ କାଠ ଚୋପାକୁ ବି ନେଉଛନ୍ତି। ଏହି କଂପାନୀ ଗୁଡିକ କାଠର ଚୋପା ବା ଚାଲି ଛଡ଼ାଇବା ପାଇଁ କୁନ୍ଦ୍ରା, ବୈପାରୀଗୁଡା, ଜୟପୁର , ବୋରିଗୁମ୍ମା, ଲମତାପୁଟ ଆଦି ଅଂଚଳରେ ସ୍ବତନ୍ତ୍ର ଯନ୍ତ୍ରାଂଶ ସ୍ଥାପନ କରିଛନ୍ତି। ଖଟଲା କୁଇଣ୍ଟାଲ ପ୍ରତି ନଅ ହଜାରରୁ ଦଶହଜାର ଏବଂ ଜାଳେଣୀ କାଠ କୁଇଣ୍ଟାଲ ପ୍ରତି ୬ହଜାର ୮୦୦ଟଙ୍କା ରହିଛି। ତାହା ପୁଣି ଚାଷୀଙ୍କ ଜମିରୁ ନିଆଯିବ ଦର। ଅପରପକ୍ଷରେ ସ୍ଥାନୀୟ କାଠ ଭେଣ୍ଡର ମାନେ ଜାଳେଣୀ କାଠ ୪ହଜାର ୫୦୦ଟଙ୍କା ଦେଇ କିଣୁଛନ୍ତି। ଗତ କିଛି ଦିନ ହେବ କାଗଜକଳ ବନ୍ଦ ହେବା ପରେ କାଗଜକଳକୁ କାଠ ଯୋଗାଉଥିବା ଭେଣ୍ଡରଙ୍କୁ ଡାକି ବିଭିନ୍ନ କଂପାନିର ଅଧିକାରୀମାନେ ୨ରୁ ୩ଥର ଆଲୋଚନା କରିଥିଲେ। ଏହା ସହ କିଛି ଭେଣ୍ଡରଙ୍କ ଠାରୁ କାଠ କିଣିବା ଆରମ୍ଭ କରିଛନ୍ତି। ଏହି ସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ଗାଗନାପୁରସ୍ଥ କାଗଜକଳକୁ ଆଉ କଂଚାମାଲ ମିଳିବା ସମ୍ଭାବନା ବହୁତ କମ୍ ବୋଲି କିଛି ଭେଣ୍ଡର କହିଛନ୍ତି। ସେଭଳି ଚାଷୀ ମାନେ ମଧ୍ୟ ବାହାରରାଜ୍ୟରୁ ଆସିଥିବା ମଧ୍ୟସ୍ଥ ଓ କଂପାନୀର ଅଧିକାରୀଙ୍କ ମାଧ୍ୟମରେ ଉଭୟ ରକମର କାଠ ପାଇଁ ଚଢ଼ା ଦର ତୁରନ୍ତ ପାଇ ଯାଉଥିବାରୁ ଆଉ ସ୍ଥାନୀୟ ଭେଣ୍ଡରଙ୍କୁ ଆଗାମୀ ଦିନରେ କାଠ ଦେବେ ନା ନାହିଁ ସେ ଚିନ୍ତା ଏବେ ଭେଣ୍ଡରଙ୍କୁ ଘାରିଲାଣି। ଗୋଟିଏ ପଟେ ଭେଣ୍ଡରଙ୍କ କୋଟି‌ କୋଟି ଟଙ୍କା କାଗଜକଳ ବକେୟା ରଖିଥିବା ବେଳେ ପାଦ ତଳେ ଅଧିକା ଲାଭ ମିଳୁଥିଲେ ହେଁ ପୁଣି ନୂଆରେ କାଠ କିଣି ବାହାର ରାଜ୍ୟକୁ ଯୋଗାଇବା ପାଇଁ ଏମାନଙ୍କର ଆର୍ଥିକ ସମ୍ଭଳ ନାହିଁ ବୋଲି କହିଛନ୍ତି କିଛି ଭେଣ୍ଡର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe