ଉଲିବୁରୁ ଖଣି ମହାଦୁର୍ନୀତି: ସାକ୍ଷୀ ଅନୁପସ୍ଥିତ ରହିବାରୁ ଶୁଣାଣି ସ୍ଥଗିତ

Advertisment
ଉଲିବୁରୁ ଖଣି ମହାଦୁର୍ନୀତି: ସାକ୍ଷୀ ଅନୁପସ୍ଥିତ ରହିବାରୁ ଶୁଣାଣି ସ୍ଥଗିତ

Ommcom News

କେନ୍ଦୁଝର : ବହୁଚର୍ଚ୍ଚିତ ଉଲିବୁରୁ ଖଣି ମହାଦୁର୍ନୀତିର ଶୁଣାଣି ଆଜି ସ୍ଥିଗିତ ରହିଛି। ଭିଜିଲାନ୍ସ କୋର୍ଟରେ ହେବାକୁ ଥିବା ଶୁଣାଣି ସମୟରେ ସାକ୍ଷୀ ଅନୁପସ୍ଥିତ ରହିବାରୁ ଏହା ସ୍ଥଗିତ ରହିଥିବା ଜଣାପଡ଼ିଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୫ ତାରିଖକୁ ଧାର୍ଯ୍ୟ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ମୋଟ ୨୯ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏଥିରୁ ୪ଜଣ ଏବେ ମଧ୍ୟ ଫେରାର ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ୨୦୧୩ ସେପ୍ଟେମ୍ବର ୫ ତାରିଖରେ ଗିରଫ ହୋଇଥିଲେ। ଏହାପରେ ସେ କେନ୍ଦୁଝର ଜିଲ୍ଲା କାରାଗାରରେ ପ୍ରାୟ ୮ ବର୍ଷ ଧରି ବନ୍ଦୀଭାବେ ଥିଲେ। ୨୦୨୦ ଜୁନ୍ ୨୮ ତାରିଖରେ ମାସକ ପାଇଁ ସର୍ତ୍ତମୂଳକ ଜାମିନ ପାଇଥିଲେ ଦୀପକ ଗୁପ୍ତା। ଅବଧି ଶେଷ ହେବାପରେ ଜୁଲାଇ ୨୭ ତାରିଖରେ ଦୀପକ ଗୁପ୍ତା କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ଅବଧି ବୃଦ୍ଧି ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଥିଲା। ତେଣୁ ସେ ପୁଣି ଜେଲ୍‌କୁ ଫେରିଥିଲେ। ସେପ୍ଟେମ୍ବର ୨୮ ତାରିଖରେ ହାଇକୋର୍ଟ ଅକ୍ଟୋବର ୧ରୁ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ୩ମାସ ପାଇଁ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ସେ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ। ଏବେ ସେ ଜାମିନରେ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe