ଉଲିବୁରୁ ଖଣି ମହାଦୁର୍ନୀତି: କୋର୍ଟରେ ହାଜର ହେଲେ ଦୀପକ ଗୁପ୍ତା ଓ ମାନସ ମହାନ୍ତି

Advertisment
ଉଲିବୁରୁ ଖଣି ମହାଦୁର୍ନୀତି: କୋର୍ଟରେ ହାଜର ହେଲେ ଦୀପକ ଗୁପ୍ତା ଓ ମାନସ ମହାନ୍ତି

କେନ୍ଦୁଝର : ଉଲିବୁରୁ ଖଣି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା, ତତ୍କାଳୀନ ଯୋଡା ଖଣି ଉପ ନିର୍ଦ୍ଦେଶକ ମାନସ ରଂଜନ ମହାନ୍ତି ଏବଂ ତତ୍କାଳୀନ ଏସ୍‌ସିଏଫ ତଥା ଖଣି ବିଭାଗର ବରିଷ୍ଠ ସର୍ଭେୟର୍‌ ହଳଧର ଦାଶ ଆଜି ମାମଲାର ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଥିଲେ। ଏହି ଘଟଣାରେ ସାକ୍ଷ୍ୟ ପ୍ରଦାନ ନିମନ୍ତେ ତତ୍କାଳୀନ ଭିଜିଲାନ୍ସ ଡିଏସ୍‌ପି ଏମ.ରାଧାକ୍ରିଷ୍ଣନ୍‌ ମଧ୍ୟ କୋର୍ଟକୁ ଆସିଥିଲେ। ତେବେ ଆଜି ଶୁଣାଣି ହୋଇ ପାରିନଥିଲା। ପ୍ରକାଶଥାଉକି, ଉଲିବୁରୁ ଖଣିରେ ୧୮ ଶହ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି। ଏହି ଘଟଣାରେ ଭିଜିଲାନ୍ସ ୨୯ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ୧୨ ଜଣ ବର୍ତ୍ତମାନ ଜାମିନ୍‌ରେ ଅଛନ୍ତି ଏବଂ ଅନ୍ୟ ୧୭ ଜଣ ଫେରାର ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe