ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଘଟଣା: କ୍ଷମା ମାଗିଲେ ବିଧାୟକ ଉମା ସାମନ୍ତରାୟ

Advertisment
ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଘଟଣା: କ୍ଷମା ମାଗିଲେ ବିଧାୟକ ଉମା ସାମନ୍ତରାୟ

ପୁରୀ:  ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଘଟଣାରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କ୍ଷମା ମାଗିଛନ୍ତି। ସେ ଏକ ଭିଡିଓ ଜାରି କହିଛନ୍ତି ଯେ ଗତ ୪ ତାରିଖରେ କରୋନା ସଂକ୍ରମିତ ହୋଇ ମଧ୍ୟ  ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଭୁଲ୍ ଥିଲା। ପ୍ରଦୀପ ମହାରଥୀ ତାଙ୍କର ବଡ଼ ଭାଇ ଓ ସେ  ତାଙ୍କର ଆଦର୍ଶ ବି। ତାଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାର ଯାଇଥିଲେ ଏବଂ ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାର ଯିବା ସଂପୂର୍ଣ୍ଣ ଭୁଲ୍ ଥିଲା ବୋଲି ସେ କହିଛନ୍ତି। ସରକାରଙ୍କ ଆଇନ ଉର୍ଦ୍ଧ୍ବରେ କେହି ନୁହନ୍ତି । ତେବେ ଆଇନ ଅନୁଯାୟୀ ତାଙ୍କ ପ୍ରତି ଯେଉଁ ପଦକ୍ଷେପ ନିଆଯିବ ସେ ତାକୁ  ମାନିବାକୁ ପ୍ରସ୍ତୁତ ଏବଂ ‘ଭୁଲ ପାଇଁ ସମସ୍ତଙ୍କ ପାଖରେ କ୍ଷମା ମାଗୁଛି’ ବୋଲି ଉମା ସାମନ୍ତରାୟ କହିଛନ୍ତି।

publive-image image source-sambadenglish

ସୂଚନାଯୋଗ୍ୟ, ଜଗନ୍ନାଥ ସେନା ଓ ବିଜେପି ଯୁବମୋର୍ଚ୍ଚା ଦ୍ୱାରା ଗତ ୫ ତାରିଖରେ ହୋଇଥିବା ଅଭିଯୋଗ ଆଧାରରେ ପୁଲିସ ଷ୍ଟେସନ ଡାଏରି କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତ ସମୟରେ ସିଡିଏମଓଙ୍କୁ ଉମା ସାମନ୍ତରାୟଙ୍କ କୋଭିଡ ରିପୋର୍ଟ ମାଗିଥିଲା। ରିପୋର୍ଟକୁ ଆଧାରକରି ଜାଣିବାକୁ ପାଇଥିଲା ଯେ, ମହାରଥୀଙ୍କ ଅନ୍ତିମ ସଂସ୍କାର ସମୟରେ ଉମା କୋଭିଡ ଆକ୍ରାନ୍ତ ଥିଲେ। ସେହି ସମୟରେ ଉମାଙ୍କର ଗୃହ ସଂଗରୋଧ ଅବଧି ଶେଷ ହୋଇ ନ ଥିଲା। ତେଣୁ ପୁଲିସ ପୁରୀ ସମୁଦ୍ରକୂଳ ଥାନାରେ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe