ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଉମାକାନ୍ତ ମିଶ୍ର

Advertisment

ପୂର୍ବତନ ବିଧାୟକଙ୍କ ସ୍ମରଣିକା ଉନ୍ମୋଚନ

ପୂର୍ବତନ ବିଧାୟକଙ୍କ ସ୍ମରଣିକା ଉନ୍ମୋଚନ

ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଉମାକାନ୍ତ ମିଶ୍ର

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ସିନେ ଜଗତର ବିଶିଷ୍ଟ ଅଭିନେତା ଉମାକାନ୍ତ ମିଶ୍ରଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଙ୍ଗଲ ପରିବେ‌ଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ସ୍ବର୍ଗତ ମିଶ୍ର ବହୁମୁଖୀ ପ୍ରତିଭାର ଅଧିକାରୀ ‌ବ‌ୋଲି ମତବ୍ୟକ୍ତ କରିଥିଲେ। ସ‌େ ଏକାଧାରରେ ସାହିତ୍ୟିକ, ଶିକ୍ଷାପ୍ରେମୀ, ନାଟ୍ୟକାର, ନିର୍ଦ୍ଦେଶକ ସହିତ ନାଟକ ତଥା ଚଳଚ୍ଚିତ୍ର ଅଭିନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ।

ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଏମ୍‌. ତାଜ ଅଦେନୀ, ଡ.ବିଜୟ କୁମାର ରଥ, ପ୍ରାକ୍ତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ମଞ୍ଚାସୀନ ରହିଥିବା ବେଳେ ଡ. ଦିଲ୍ଲିପ ତ୍ରିପାଠୀ, ଆଇନଜୀବୀ ଶିଶିର ପାଢୀ, ପ୍ରଦୀପ ପଣ୍ଡା, ଓକିଲ ସଂଘ ସଭାପତି ସନ୍ତୋଷ ନାୟକ, ଶିବରାମ ପଣ୍ଡା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଜୀବନକାଳ ଭିତରେ ଶ୍ରୀ ମିଶ୍ର ତିନୋଟି ଚରିତ୍ରକୁ ଜିଇଁ ପାରିଥିଲେ। ଜଣେ ରା‌ଜନେତା ସହ କଳାକାର ଏବଂ ବିଚକ୍ଷଣ ଆଇନଜୀବୀ ଭାବେ ତାଙ୍କର ମଧୁର ସମ୍ମନ୍ବୟ ରହିଥିଲା। ଏହାକୁ କବି ପ୍ରଶାନ୍ତ ମହାନ୍ତି ସଂଯୋଜନା କରିଥିବା ବେଳେ ସାମ୍ବାଦିକ ବଳଭଦ୍ର ରଥ ସ୍ବାଗତ କରିଥିଲେ। ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଅଶୋକ ମହାପାତ୍ରଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ହୋଇଥିଲା।

ସ୍ବର୍ଗତ ମିଶ୍ର ବହୁ ନାଟକରେ ଉଚ୍ଚକୋଟୀର ଅଭିନୟ କଲାପରେ ଶେଷରେ ୧୯୬୪ ମସିହାରେ ଚଳଚିତ୍ର ଜଗତରେ ପାଦ ଦେଇଥିଲେ। ତତ୍କାଳୀନ ଓଡ଼ିଆ ସିନେମା ଜଗତର ସୁପରହିଟ୍‌ ସ‌ିନେମା 'ଅମଡାବାଟ', 'ଅଭିନେତ୍ରୀ' ଚଳଚ୍ଚିତ୍ର ସହ ଅନେକ ଚଳଚିତ୍ରରେ ଅଭିନୟରେ ନିଜର ନିଖୁଣ କଳା ପ୍ରଦର୍ଶନ କରିଥିଲେ। ଏଥିସହ ସେ ୧୯୮୨ ମସିହ‌ାରେ ଶିଶିର ମିଶ୍ରଙ୍କ ଦ୍ବାରା ନିର୍ଦ୍ଦେଶିତ ହିନ୍ଦୀ ଚଳଚିତ୍ର 'ଭିଗି ପଲ୍‌ଙ୍କ‌େ'ରେ ବର୍ଷିୟାନ ଅଭିନେତା ରାଜ ବବ୍‌ର ଏବଂ ସ୍ମିତା ପାଟିଲଙ୍କ ସହ ଅଭିନୟ କରିବାର ସୁଯୋଗ ମଧ୍ୟ ପାଇଥିଲେ।

ରାଜନୀତିରେ ମଧ୍ୟ ସେ ବେଶ ସକ୍ରୀୟ ଭାବେ ନିଜକୁ ପ୍ରତିଷ୍ଠିତ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପରେ ନବମ ବିଧାନସଭାରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ। ସେ ଓରେଡ଼ା ନିଗର ଅଧ୍ୟକ୍ଷ ସହ ଓକିଲ ସଂଘ ସଭାପତି, କଲେଜ ପରିଚାଳନା କମିଟି, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସିନେଟ୍ ସଭ୍ୟ ଥିଲେ। ଘୁମୁସର ଆଥ୍‌ଲେଟିକ ଏସୋସିଏସନର କାର୍ଯ୍ୟକାରୀ ସଭାପତି ଏବଂ ଆର୍‌ସିଏମ୍‌ସିରେ ମଧ୍ୟ ସଭାପତି ସହ ସେ ଠାକୁରାଣୀ ଯାତ୍ରା କମିଟିର ମଧ୍ୟ ସଭାପତି ଦାୟିତ୍ବରେ ରହିଥିଲେ। ଉକ୍ତ ଶ୍ରାଦ୍ଧବାର୍ଷିକୀରେ ବହୁ ଆଇନଜୀବୀ, ବୁଦ୍ଧିଜୀବୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ସହ ଏହି ଅବସରରେ ଏକ ସ୍ମରଣିକାକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ତାଙ୍କ ପୁତ୍ର ସତ୍ୟଜିତ ମିଶ୍ର, ବିଶ୍ବଜିତ ମିଶ୍ର,ରଣଜିତ ମିଶ୍ରଙ୍କ ସମେତ ବିନୟ କୁମାର ରଥ ପରିବାରବର୍ଗ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe