ଲାଞ୍ଚ ନେଇ ଖସି ପଳାଉଥିଲେ ଉମରକୋଟର ଅତିରିକ୍ତ ଥାନା ଅଧିକାରୀ, ଗୋଡ଼ାଇ ଗୋଡ଼ାଇ ଧରିଲା ଭିଜିଲାନ୍ସ

Advertisment
ଲାଞ୍ଚ ନେଇ ଖସି ପଳାଉଥିଲେ ଉମରକୋଟର ଅତିରିକ୍ତ ଥାନା ଅଧିକାରୀ, ଗୋଡ଼ାଇ ଗୋଡ଼ାଇ ଧରିଲା ଭିଜିଲାନ୍ସ

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ୨୦ ହଜାର ଟଙ୍କା ନେବା ସମୟରେ  ଭିଜିଲାନ୍ସ ହାତରେ ଧରା ପଡ଼ିଥିବାର ସୂଚନା ମିଳିଛି। ଏକ ଘରୋଇ ବିବାଦ ମାମଲାର ରଫାଦଫା କରିବାକୁ ଅତିରିକ୍ତ ଥାନା ଅଧିକାରୀ ୨୦ ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଭିଜିଲାନ୍ସ ଟିମ୍ ନିକଟରେ ଏନେଇ ଅଭିଯୋଗକାରୀ ଆଗରୁ ଲିଖିତ ଅଭିଯୋଗ କରିଥିଲେ। ତାପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଲିମରାଜ ପ୍ରଧାନଙ୍କୁ ଗିରଫ କରିଛି।

ଗୋଟିଏ ପୁରୁଣା ମାମଲାକୁ ରଫାଦଫା କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ନେଉଥିଲେ ଲାଞ୍ଚ। ଟଙ୍କା ନେଇ ଦୌଡ଼ି ପଳାଇ ଯାଉଥିବା ସମୟରେ ରାତି ୧୧ ଟା ସମୟରେ ଲିମରାଜ ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ଭିଜିଲାନ୍ସ ଟିମ୍। ନବରଙ୍ଗପୁର ଭିଜିଲାନ୍ସ ବିଭାଗ ଓ ମାଲକାନଗିରି ଭିଜିଲାନ୍ସ ବିଭାଗର ମିଳିତ ଭାବରେ ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଥାନା ନିକଟରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ  ଭିଜିଲାନ୍ସକୁ ଚକମା ଦେଇ ଲିମରାଜ ପ୍ରଧାନ ଦୌଡ଼ି ଦୌଡ଼ି ଖସି ଯିବାକୁ ଉଦ୍ୟମ କରିଥିଲେ।

ଏହି ସମୟରେ ମାଲକାନଗିରି ଭିଜିଲାନ୍ସ ଡି ଏସ ପି ସୁଶାନ୍ତ କୁମାର ବିଶ୍ଵାଳ ତାଙ୍କୁ ଗୋଡେଇ କିଛି ସମୟର ଧସ୍ତା ଧସ୍ତି ପରେ କାବୁ କରିବାରେ ସଫଳ ହୋଇଥିଲେ। ଏହି ଚଢ଼ାଉ ବେଳେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗର ୧୪ ଜଣିଆ  ଟିମ୍ ସାମିଲ ଥିଲେ। ବର୍ତମାନ ଶ୍ରୀ ପ୍ରଧାନଙ୍କୁ ଗିରଫ କରି ନବରଙ୍ଗପୁର ନିଆଯାଇଛି ଏବଂ କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଛି। କିଛି ଦିନ ପୂର୍ବରୁ ଲିମରାଜ ପ୍ରଧାନଙ୍କର ଖାତିଗୁଡ଼ା ଥାନାକୁ ବଦଳି ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe