ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବକି ନାହିଁ ଚିତ୍ର ସ୍ପଷ୍ଟ ହେବ: ପାଣିପାଗ ବିଜ୍ଞାନୀ

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବକି ନାହିଁ ଚିତ୍ର ସ୍ପଷ୍ଟ ହେବ: ପାଣିପାଗ ବିଜ୍ଞାନୀ

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲେ ବି ଏହା ବାତ୍ୟାର ରୂପ ନେବକି ନାହିଁ ସେନେଇ ଚିତ୍ର ଏବେ ବି ଅସ୍ପଷ୍ଟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ।ଏଭଳି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ସେ କହିଛନ୍ତି, ଆଇ ଏମଡି ବାତ୍ୟା ଗତିପଥ ଉପରେ ନଜର ରଖିଛି। ରାଜ୍ୟବାସୀ ଗୁଜବରେ ବିଶ୍ବାସ କରନ୍ତୁ ନାହିଁ। ସଠିକ୍ ସମୟରେ ଆଇଏମଡି ପକ୍ଷରୁ ସୂଚନା ଦିଆଯିବ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ସେ ସ୍ପଷ୍ଟ କରିଛନ୍ତି ଯେ ଅଧିକାଂଶ ସମୟରେ ସୃଷ୍ଟି ହେଉଥିବା ଲଘୁଚାପ ସମୁଦ୍ରରେ ଦୁର୍ବଳ ହୋଇଯାଇଥାଏ। ଯାହା ବାତ୍ୟାର ରୂପ ନେଇପାରେ ନାହିଁ। ତେଣୁ ଏଥର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ କି ତାହା ଆଗାମୀ ୪୮ ଘଣ୍ଟା ଭିତରେ ଚିତ୍ର ସ୍ପଷ୍ଟ ହେବ। ସାଧାରଣତଃ ପ୍ରାକ୍ ମୌସୁମୀ ଓ ମୌସୁମୀ ଋତୁ ପରେ ବାତ୍ୟା ସୃଷ୍ଟି ହୋଇଥାଏ।

ସମୁଦ୍ର ଉପରି ଭାଗ ୨୬ ଦଶମିକ ୫ ଡିଗ୍ରି ସେଲସିୟସ ଉତ୍ତପ୍ତ ହେଲେ ବାତ୍ୟା ଅନୁକୂଳ ହୋଇଥାଏ । ଏଥର ମଧ୍ୟ ବାତ୍ୟା ପାଇଁ ସ୍ଥିତି ଅନୁକୂଳ ଅଛି। ତେବେ ଅନ୍ୟପଟେ ରାଜ୍ୟରେ ୬ଟି ସ୍ଥାନରେ କାଳ ବୈଶାଖୀଜନିତ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ହୋଇଛି। ଖୋର୍ଦ୍ଧାରେ ୮୬ ମିଲିମିଟର, ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳରେ ୩୬ ମିମି, ଜଗତସିଂହପୁରରେ ୫୫ ମିମି, କେନ୍ଦ୍ରାପଡ଼ାରେ ୫୪ ମିମି ଓ ନୟାଗଡ଼ରେ ୫୪ ମିମି ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe