ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ୧୮ରେ ଉମରକୋଟ ବନ୍ଦ

Advertisment
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ୧୮ରେ ଉମରକୋଟ ବନ୍ଦ

ଉମରକୋଟ : ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାୟ ସମସ୍ତ ଓକିଲ ସଂଘ ଏନେଇ ଦାବି ଜଣାଇ ଆସୁଥିଲେ ହେଁ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ପ୍ରତ୍ୟେକ ମାସର ଶେଷ ଦୁଇ ଦିନ ଓକିଲ ମାନେ ଅଦାଲତ କାର୍ଯ୍ୟରୁ ନିବୃତ୍ତ ରହି ଦାବି ଜଣାଇ ଆସୁଥିଲେ ହେଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ନିରବଦ୍ର‌ଷ୍ଟା ସାଜିବା ଦୁର୍ଭାଗ୍ୟଜନ ବୋଲି ବରିଷ୍ଠ ଆଇନଜୀବୀ ବିଜୟ କେତନ ସୁରେନ୍ଦ୍ର ସିଂ କହିଛନ୍ତି। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲା ଆଇନଜୀବୀଙ୍କ କ୍ରିୟାନୁଷ୍ଠାନ କମିଟି ଚଳିତ ମାସ ୧୮ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅଖଚକ ସଂପୂର୍ଣ୍ଣ ବନ୍ଦ କରିବାକୁ ଡାକରା ଦେଇଛନ୍ତି।

ଏସଂକ୍ରାନ୍ତୀୟ ଏକ ବୈଠକ ଆଜି ଉମରକୋଟ ଓକିଲ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୧୮ତାରିଖରେ ଉମରକୋଟ ଅଦାଲତ କ୍ଷମତା ପରିସରଭୁକ୍ତ ଚନ୍ଦାହାଣ୍ଡି, ଝରିଗାଁ, ରାଇଘର, ଡାବୁଗାଁ ଓ ଉମରକୋଟରେ ବନ୍ଦ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଥିବା ସଂଘ ସଭାପତି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଏହି ବୈଠକରେ ବରିଷ୍ଠ ଆଇନଜୀବୀ ଝାଡେଶ୍ବର ମହାନ୍ତି, ଉପସଭାପତି ସନ୍ତୋଷ ସାହୁ, ତପନ ଦେବନାଥ, ଶଙ୍କର ଦେ, ରାମ ନାୟକ, ମନୋହର ମହାନ୍ତି, ଶାନ୍ତନୁ ବାହିନୀପତି, ଶ୍ରୀନିବାସ ପଟ୍ଟନାୟକ, ଅରୁଣ ପଟ୍ଟନାୟକ, ପି. ଚନ୍ଦ୍ର ରାଓ, ଭଗବାନ କଲାର, କୃଷ୍ଣ ନନ୍ଦ, କାଳି ପ୍ରସାଦ ନନ୍ଦ, ଯୁଦିଷ୍ଠିର ଦଳେଇ, ମନୋହର ମହାନ୍ତି, ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ବିପିନ ହିଆଲ, କମଲ ଗାଇନ୍‌, ରବିନ୍ଦ୍ର ପଟ୍ଟନାୟକ, ଚନ୍ଦ୍ରଭାନୁ ନାୟକ, ସଂଜୟ ନାୟକ, ସଂଜୟ ବିଷୋୟୀ, ଅଶୋକ ପଟ୍ଟନାୟକ, ପେଣ୍ଡ୍ରା ଡାକୁଆ, ଜୟନ୍ତ ହାଲଦାର, ଯୁଗ୍ମ ସଂପାଦକ ଯୋଗେନ୍ଦ୍ର ମାଝୀ, ବିବେକାନନ୍ଦ ବୈଦ୍ୟ, ତାପସ ହାଲଦାର, ଶ୍ରୀକ୍ରିଷ୍ଣା ରାଏ, ସୁରେଶ ଆଚାର୍ଯ୍ୟ, ଗୋପିନାଥ ସାହୁ ପ୍ରମୁଖଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe