ଉମରକୋଟରେ ଚାଞ୍ଚଲ୍ୟ: ମଦ ପିଆଇ ନାବାଳିକାଙ୍କୁ ଗଣଦୁଷ୍କର୍ମ

Advertisment

ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ମଦ ପିଆଇ ଗଣଦୁଷ୍କର୍ମ କରାଯାଇଛି। ଅଭିଯୁକ୍ତ ଦ୍ବୟ ନାବାଳକ। ପୀଡ଼ିତାଙ୍କ ମା’ ଦେଇଥିବା ଏତଲା ଅନୁସାରେ, ୧୫ତାରିଖ ଅପରାହ୍ନରେ ନାବାଳିକା ଜଣକ ଘର ପାଖରେ ଏକୁଟିଆ ଖେଳୁଥିଲେ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ମଦ ପିଆଇ ଗଣଦୁଷ୍କର୍ମ କରାଯାଇଛି। ଅଭିଯୁକ୍ତ ଦ୍ବୟ ନାବାଳକ। ପୀଡ଼ିତାଙ୍କ ମା’ ଦେଇଥିବା ଏତଲା ଅନୁସାରେ, ୧୫ତାରିଖ ଅପରାହ୍ନରେ ନାବାଳିକା ଜଣକ ଘର ପାଖରେ ଏକୁଟିଆ ଖେଳୁଥିଲେ।

rape

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ମଦ ପିଆଇ ଗଣଦୁଷ୍କର୍ମ କରାଯାଇଛି। ଅଭିଯୁକ୍ତ ଦ୍ବୟ ନାବାଳକ। ପୀଡ଼ିତାଙ୍କ ମା’ ଦେଇଥିବା ଏତଲା ଅନୁସାରେ, ୧୫ତାରିଖ ଅପରାହ୍ନରେ ନାବାଳିକା ଜଣକ ଘର ପାଖରେ ଏକୁଟିଆ ଖେଳୁଥିଲେ। ସାହିର ଦୁଇ ଜଣ ନାବାଳକ ତା’ ନିକଟକୁ ଆସିଥିଲେ। ପ୍ରଲୋଭିତ କରି ନିକଟସ୍ଥ ପଡ଼ିଆକୁ ନେଇ ମଦ ପିଆଇବା ପରେ ଦୁଷ୍କର୍ମ କରିଥିଲେ। ନାବାଳିକା ଘରକୁ ଫେରିବା ପରେ ଭୟରେ କାହାକୁ କିଛି କହିନଥିଲେ। ୧୬ତାରିଖ ସଂଧ୍ୟାରେ ପାଶବିକ ଅତ୍ୟାଚାର ସଂପର୍କରେ ମା’ଙ୍କୁ କହିଥିଲେ। 

ପରେ ଉମରକୋଟ ଥାନାରେ ଏତଲା ଦିଆଯାଇଥିଲା। ଗିରଫ ଭୟରେ ଅଭିଯୁକ୍ତ ଦ୍ବୟ ଫେରାର ହୋଇଯାଇଥିଲେ। ଗତକାଲି ବିଳମ୍ବିତ ରାତିରେ ପୁଲିସ ଉଭୟଙ୍କୁ ଠାବ କରିଥିଲା। ଆଜି ସକାଳେ ଉମରକୋଟ ଡାକ୍ତରଖାନାରେ ପୀଡ଼ିତା ଏବଂ ଦୁଇ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି। ପୀଡ଼ିତା ପଢ଼ୁଥିବା ବିଦ୍ୟାଳୟରୁ ନାମଲେଖା ରେଜିଷ୍ଟର୍‌କୁ ପୁଲିସ ଜବତ କରି ଥାନାକୁ ଆଣିଛି। ନବରଙ୍ଗପୁର ଡିଏସ୍‌ପି ସରୋଜିନୀ କିଷ୍ପଟ୍ଟ ଏହି ଘଟଣାର ତଦନ୍ତ କରୁଛନ୍ତି। ଆଜି ଅଭିଯୁକ୍ତ ଦ୍ବୟଙ୍କୁ ନବରଙ୍ଗପୁର ଜୁଭେନାଇଲ୍‌ 
କୋର୍ଟରେ ହାଜର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe