ଉମରକୋଟ ବିଧାୟକ ହସ୍‌ପିଟାଲରେ ଭର୍ତି

Advertisment
ଉମରକୋଟ ବିଧାୟକ ହସ୍‌ପିଟାଲରେ ଭର୍ତି

ଉମରକୋଟ : ଉମରକୋଟ ବିଧାୟକ ସୁବାସ ଚନ୍ଦ୍ର ଗଣ୍ଡ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଗତକାଲି ରାତିରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତେଣୁ ତାଙ୍କୁ ବିଶାଖାପାଟଣା ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତି କରାଯାଇଛି। ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ମେଡିକାଲ କର୍ତୃପକ୍ଷ କହିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ବିଧାୟକ ଶ୍ରୀ ଗଣ୍ଡ ନିଜ ଶ୍ୱଶୁର ଘରକୁ ଯାଇଥିଲେ। ରାତି ପ୍ରାୟ ୧୧ଟାରେ ସେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ରାତି ୧୨ଟା ପର୍ଯ୍ୟନ୍ତ ଯନ୍ତ୍ରଣା ନକମିବାରୁ ତାଙ୍କୁ ରାତିରେ ବିଶାଖାପାଟଣା ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe