ଜଳଛତ୍ର ପୋଡ଼ିଦେଲା ଦୁର୍ବୃତ୍ତ

Advertisment
ଜଳଛତ୍ର ପୋଡ଼ିଦେଲା ଦୁର୍ବୃତ୍ତ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଶିମିଳିପଦର ପଞ୍ଚାୟତ ସିଆଲଝୁଲି ଛକରେ ଥିବା ଜଳଛତ୍ରକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଥିବା ଦେଖିବାକୁ ମିଳିଛି। ସୂଚନାନୁସାରେ ସୋମବାର ସନ୍ଧ୍ୟା ୫ଟା ବେଳେ ଜଳଦାତା ବିଶ୍ୱାମିତ୍ର ରଣା ସବୁଦିନ ପରି ପାଣି ଦେଇ ଘରକୁ ଫେରିଥିଲେ। କିଛି ସମୟ ପରେ କେହି ଦୁର୍ବୃତ୍ତ ତାଙ୍କ ଜଳଛତ୍ରରେ ନିଆଁ ଲଗାଇ ଦେଇଥିବା ଶ୍ରୀ ରଣା କହିଛନ୍ତି।

ଗତ ବର୍ଷ ମଧ୍ୟ ଠିକ୍ ଏମିତି ଜଳ ଛତ୍ରରେ ନିଆଁ ଲଗାଇ ଦିଆଯାଇଥିଲା। ତେବେ ଦୁର୍ବୃତ୍ତ କାହିଁକି ନିଆଁ ଲଗାଇଲା ତା’ର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe