ଏସ୍‌ସିବିରେ ଲିଭର୍‌ ପ୍ରତିରୋପଣ ନେଇ ଅନିଶ୍ଚିତତା

Advertisment

ଏସ୍‌ସିବିରେ ଅନିଶ୍ଚିତତା ଭିତରେ ଲିଭର୍‌ ପ୍ରତିରୋପଣ। ସାଢ଼େ ୩ ମାସ ହେଲା ଓପିଡିକୁ ହାଇଦ୍ରାବାଦ୍‌ସ୍ଥିତ ଏଆଇଜି ଟିମ୍‌ ଆସୁନାହାନ୍ତି। ଯା’ଫଳରେ ଓପିଡିକୁ ରୋଗୀ ବି ଆସୁନାହାନ୍ତି। ପୂର୍ବରୁ ଯେଉଁ ୧୦/୧୫ଜଣ ରୋଗୀ ପ୍ରତି ଓପିଡିକୁ ଆସୁଥିଲେ...

ଏସ୍‌ସିବିରେ ଅନିଶ୍ଚିତତା ଭିତରେ ଲିଭର୍‌ ପ୍ରତିରୋପଣ। ସାଢ଼େ ୩ ମାସ ହେଲା ଓପିଡିକୁ ହାଇଦ୍ରାବାଦ୍‌ସ୍ଥିତ ଏଆଇଜି ଟିମ୍‌ ଆସୁନାହାନ୍ତି। ଯା’ଫଳରେ ଓପିଡିକୁ ରୋଗୀ ବି ଆସୁନାହାନ୍ତି। ପୂର୍ବରୁ ଯେଉଁ ୧୦/୧୫ଜଣ ରୋଗୀ ପ୍ରତି ଓପିଡିକୁ ଆସୁଥିଲେ...

3 children serious thimet

Woman inmate runs away from SCB Medical Center after kicking jail guard

କଟକ: ଏସ୍‌ସିବିରେ ଅନିଶ୍ଚିତତା ଭିତରେ ଲିଭର୍‌ ପ୍ରତିରୋପଣ। ସାଢ଼େ ୩ ମାସ ହେଲା ଓପିଡିକୁ ହାଇଦ୍ରାବାଦ୍‌ସ୍ଥିତ ଏଆଇଜି ଟିମ୍‌ ଆସୁନାହାନ୍ତି। ଯା’ଫଳରେ ଓପିଡିକୁ ରୋଗୀ ବି ଆସୁନାହାନ୍ତି। ପୂର୍ବରୁ ଯେଉଁ ୧୦/୧୫ଜଣ ରୋଗୀ ପ୍ରତି ଓପିଡିକୁ ଆସୁଥିଲେ ଏବେ ଏହି ସଂଖ୍ୟା ତଳକୁ ଖସି ଆସିଛି। ନାଁକୁ ମାତ୍ର ଚାଲିଛି ଓପିଡି। ଲିଭର୍‌ ପ୍ରତିରୋପଣ ପାଇଁ ପଞ୍ଜୀକରଣ କରିଥିବା ରୋଗୀଙ୍କ ଭିତରୁ ୨୦ରୁ ଅଧିକ ଏସ୍‌ସିବି ସହିତ ଯୋଗାଯୋଗରେ ନାହାନ୍ତି। ଯେଉଁ ୨ଜଣଙ୍କର ଲିଭର୍‌ ପ୍ରତିରୋପଣ ହୋଇଥିଲା ସେମାନଙ୍କୁ ପ୍ରତିରୋପଣ ପରବର୍ତ୍ତୀ ଚିକିତ୍ସା ସେବା ବି ଠିକ୍‌ରେ ଦିଆଯାଇ ପାରୁନି। ସର୍ଜିକାଲ୍‌ ଗ୍ୟ‌ାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗରେ ଡାକ୍ତର ନଥିବା ବେ‌ଳେ ଯାହାଙ୍କୁ ଲିଭର୍‌ ପ୍ରତିରୋପଣ ପାଇଁ ନୋଡାଲ୍‌ ଅଫିସର୍‌ କରି କେନ୍ଦୁଝରରୁ ଡେପୁଟେସନ୍‌ରେ ଅଣାଯାଇଥିଲା ସେହି ତାଲିମପ୍ରାପ୍ତ ପ୍ରଫେସର୍‌ଙ୍କୁ ପରବର୍ତ୍ତୀ ସମୟରେ ତାଙ୍କ ମୂଳ ବିଭାଗ ସର୍ଜରିକୁ ପଠାଇଦିଆଗଲା। ଏବେ ପ୍ରକାଶିତ ବଦଳି ତାଲିକାରେ ତାଙ୍କୁ ଏସ୍‌ସିବିରୁ ଫୁଲବାଣୀ ମେଡିକାଲ କଲେଜକୁ ବଦଳି ବି କରାଯାଇଛି। ଏଆଇଜି ଟିମ୍‌ ଆସୁ ନଥିବା ବେଳେ ଏସ୍‌ସିବିରେ ସେଭଳି ଟିମ୍‌ ତିଆରି କରାଯାଇ ନଥିବାରୁ ଲିଭର ପ୍ରତିରୋପଣ କରାଯାଇ ପାରୁନାହିଁ। ଫଳରେ ଏବେ ଲିଭର୍‌ ପ୍ରତିରୋପଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏଆଇଜି ଟିମ୍‌ ବି ଆଉ ଯୋଗାଯୋଗରେ ନଥିବା ଜଣାପଡ଼ିଛି। 

ସାଢ଼େ ୩ମାସ ହେଲା ଆସୁନି ଏଆଇଜି ଟିମ୍‌
ଲିଭର୍‌ ପ୍ରତିରୋପଣ କରିପାରୁ ନାହାନ୍ତି ଏସ୍‌ସିବି ଡାକ୍ତର
ପ୍ରତିରୋପଣ ପରବର୍ତ୍ତୀ ଚିକିତ୍ସା ବି ଠିକ୍‌ରେ ହୋଇପାରୁନି
ଅପେକ୍ଷା କରି ଆଖି ବୁଜିଲେଣି ୧୦ ରୋଗୀ

ସୂଚନା ମୁତାବକ, ପୂର୍ବଭାରତର ପ୍ରଥମ ଲିଭର୍‌ ପ୍ରତିରୋପଣ ଏସ୍‌ସିବିରେ କରାଯିବା ପାଇଁ ୨୦୧୧ରୁ ପ୍ରକ୍ରିୟା ଆରମ୍ଭ ହେବା ସହ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରିଦିଆଗଲା। କୋଟି କୋଟି ଟଙ୍କାର ଉପକରଣ ବି ନଷ୍ଟ ହେଲା। ଶେଷରେ ୨୦୨୪ରେ ହାଇଦ୍ରାବାଦ୍‌ସ୍ଥିତ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି (ଏଆଇଜି) ଟିମ୍‌ ସହିତ ଏମ୍‌ଓୟୁ କରାଯିବା ପରେ ଏପ୍ରିଲ୍‌ରେ ପ୍ରଥମ ଲିଭର୍‌ ପ୍ରତିରୋପଣ ଏସ୍‌ସିବିରେ ହୋଇଥିଲା। ଏହାପରେ ସେପ୍ଟେମ୍ବର୍‌ରେ ଦ୍ବିତୀୟ ଲିଭର ପ୍ରତିରୋପଣ ହୋଇଥିଲା। ଏହାପରେ ଥରଟିଏ ଏଆଇଜି ଟିମ୍‌ର ଟ୍ରାନ୍ସପ୍ଲାଣ୍ଟ୍‌ ବିଭାଗ ମୁଖ୍ୟ ଡାକ୍ତର ବାଲଚନ୍ଦ୍ରନ୍‌ ମେନନ୍‌ ଆସିଥିଲେ। ତା’ ପରଠାରୁ ସାଢ଼େ ୩ମାସ ହେଲା ଏସ୍‌ସିବି ଆସୁନାହାନ୍ତି। ଯା’ଫଳରେ ଏସ୍‌ସିବିରେ ସପ୍ତାହକୁ ଦିନଟିଏ (ଗୁରୁବାର) କେବଳ ଓପିଡି ହେଉଛି। ଲିଭର୍‌ ପ୍ରତିରୋପଣ ପାଇଁ ପାଖାପାଖି ୪୦ଜଣ ପଞ୍ଜୀକରଣ କରିଛନ୍ତି। ସେଥିରୁ ପରାମର୍ଶ ପାଇଁ ଓପିଡିକୁ ୧୨ରୁ ୧୫ଜଣ ଆସୁଥିଲେ। ହେଲେ, ଏବେ କାଁଭାଁ ରୋଗୀ ଆସୁଛନ୍ତି। ଏହା ଭିତରେ ୧୦ରୁ ଅଧିକ ପଞ୍ଜୀକୃତ ରୋଗୀଙ୍କ ମୃତ୍ୟୁ ହୋଇ ସାରିଲାଣି। ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe