ଭଦ୍ରକରେ ଏମଡିଏମ ପରିବହନକୁ ନେଇ ଅନିଶ୍ଚିତତା

ଭଦ୍ରକରେ ଏମଡିଏମ ପରିବହନକୁ ନେଇ ଅନିଶ୍ଚିତତା

ଭଦ୍ରକ : କୋଭିଡ୍ ପରିସ୍ଥିତିକୁ ପାଇଁ ଏମଡିଏମ ଚାଉଳ ପରିବହନ କରିବାକୁ ଜିଲ୍ଲାରେ ଠିକାଦାର ମିଳୁ ନଥିବା ବେ‌ଳେ ଏହାକୁ ନେଇ ଏବେ ପ୍ରଶାସନ ଅଡୁଆ ପରିସ୍ଥିତିରେ ରହିଛି। କାହାକୁ ଏମଡିଏମ ପରିବହନ ପାଇଁ ଟେଣ୍ଡର ଦିଆଯିବ ସେ ଅଙ୍କ ଛିଡୁନି। ଏମଡିଏମ ପରିବହନ ପାଇଁ ଠିକାଦାର ଚୟନ ହୋଇ ପାରୁ ନଥିବା ବେଳେ ଏଇ ଠିକାଦାର ଚୟନ କେବେ ହେବ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଜିଲ୍ଲାରେ କୋଭିଡ୍ ପରିସ୍ଥିତି ସୃଷ୍ଟି ହେବା କାରଣରୁ ଗତ ୭ ମାସ ହେବ ସ୍କୁଲ ଗୁଡିକ‌ରେ ମଧ୍ୟାହ୍ନ ଭୋଜନ ‌ରୋଷେଇ ବନ୍ଦ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଜୁନ୍ ମାସରେ ଏମଡିଏମ ପରିବହନ ପାଇଁ ଠିକାଦାର ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଥିଲେ। ଏଥିପାଇଁ ଜଣେ ମାତ୍ର ଠିକାଦାର ଟେଣ୍ଡର ପକାଇଥିଲେ। ସିଙ୍ଗିଲ ଟେଣ୍ଡର ଯୋଗୁଁ ପ୍ରଶାସନ ଏହାକୁ ବାତିଲ କରିଥିଲେ। ପୁଣି ସାନି ଟେଣ୍ଡର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଚାଉଳ ପରିବହନ ପାଇଁ ଠିକାଦାର ମିଳୁ ନଥିବାରୁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ସ୍କୁଲ ବନ୍ଦ ରହିବା କାରଣରୁ ପିଲାମାନଙ୍କୁ ଏମଡିଏମ ବାବଦ ଚାଉଳକୁ ପିଡିଏସ ଜରିଆରେ ବଣ୍ଟନ କରିଥିଲେ।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଗତବର୍ଷ ଭଦ୍ରକ ଜିଲ୍ଲାକୁ ଏମଡିଏମ କୋଟାରେ ମୋଟ ୪୧ ହଜାର ୩୫୭ କୁଇଣ୍ଟାଲ ଚାଉଳ ମଂଜୁର କରାଯାଇଥିବା ବେଳେ ଏହାର ୫୦ ପ୍ରତିଶତ ଚାଉଳ ପିଡିଏସ ଜରିଆରେ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ମଧ୍ୟ କୋଭିଡ୍ କଟକଣା ପାଇଁ ସ୍କୁଲ ଖୋଲିବାକୁ ନେଇ ଏଯାଏଁ ଅନିଶ୍ଚିତତା ଜାରି ରହିଥିବା ବେଳେ ଏମଡିଏମ ଚାଉଳ ପରିବହନ ପାଇଁ କେହି ଆଗ୍ରହୀ ନଥିବା ଜଣାପଡିଛି। ଏବର୍ଷ ଜିଲ୍ଲାରେ ୧ ହଜାର ୮୨୬ଟି ସ୍କୁଲରେ ୧ ଲକ୍ଷ ୬୧ ହଜାର ୯୯୬ ଜଣ ଛାତ୍ରଛାତ୍ରୀଙ୍କୁ ଏମଡିଏମ ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ପରିବହନ ଠିକାଦାର ନିଯୁକ୍ତି ପାଇଁ ଟେଣ୍ଡର ଆହ୍ବାନ କରାଯାଥିଲା। ଏଇ ପ୍ରକ୍ରିୟା ଏବେ ମଧ୍ୟ ଅନିଶ୍ଚିତତା ଭିତରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe