ଘରୋଇ କଳି ହେଲା କାଳ: କୂଅକୁ ଡେଇଁଲେ ପୁତୁରା, ବଞ୍ଚାଇବାକୁ ଯାଇ ଦାଦା ମଧ୍ୟ ମୃତ

Advertisment
ଘରୋଇ କଳି ହେଲା କାଳ: କୂଅକୁ ଡେଇଁଲେ ପୁତୁରା, ବଞ୍ଚାଇବାକୁ ଯାଇ ଦାଦା ମଧ୍ୟ ମୃତ

ଜଟଣୀ: ଘରୋଇ କଳି କାଳନ ହୋଇଛି। ଗୋଟିଏ ପରିବାରର ଦାଦା ଓ ପୁତୁରା କୂଅକୁ ଡେଇଁଛନ୍ତି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପରିଷଦ ଅନ୍ତର୍ଗତ ୧୨ ନମ୍ବର ଓ୍ବାର୍ଡ ଗୋଡ଼ାଧର୍ମସାଗର ଗାଁରେ ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତ ପୁତୁରା ହେଲେ ନିଖିଳ ନାୟକ (୧୮) ଓ ଦାଦା ଦୁଲାରାମ ନାୟକ (୫୦)।

publive-image

ସୂଚନା ଅନୁସାରେ ଜଟଣୀ ଥାନା ଅନ୍ତର୍ଗତ ଗୋଡ଼ାଧର୍ମ ସାଗରରେ ଦୁଲାରାମ ନାୟକଙ୍କ ପରିବାରରେ କୌଣସି କାରଣକୁ ନେଇ କଳି ହୋଇଥିଲେ। ଏହା ପରେ ପୁତୁରା ନିଖିଳ ନାୟକ କୂଅକୁ ଡେଇଁଥିଲେ। ପୁତୁରାକୁ ବଞ୍ଚାଇବା ପାଇଁ ଦାଦା ଦୁଲାରାମ ନାୟକ ମଧ୍ୟ କୂଅକୁ ଡେଇଁଥିଲେ। ସେ ପୁତୁରାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ କୂଅ ଭିତରୁ କୌଣସି ଶଦ୍ଦ ଶୁଣାଯାଇ ନଥିଲା। ପରିବାର ଲୋକେ ଏନେଇ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି  କୂଅ ଭିତରୁ ୨ଟି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe