ବେନ୍ଦାରୁ ମାଛ ଚୋରିକୁ କେନ୍ଦ୍ର କରି ପୁତୁରାର ବେକ କାଟି ଦାଦା ଗିରଫ

Advertisment
ଜୁଆ ଆଡ଼ାରେ ଚଢ଼ଉ, ୪ ଗିରଫ

new indian express

ବେଲଗୁଣ୍ଠା: ବେନ୍ଦାରୁ ମାଛ ଚୋରି ଓ ମାଛ ଭାଗବଣ୍ଟାକୁ କେନ୍ଦ୍ର କରି ସ୍ଥାନୀୟ ବ୍ଲକ୍ ଅଧୀନ ଗାଙ୍ଗପୁର ଥାନା ବେଣିପଲ୍ଲୀ ପଞ୍ଚାୟତ ଛତାବର ଗ୍ରାମରେ ପୁତୁରାର ବେକକୁ କାଟି ଦେଇଛି ଦାଦା। ପୁତୁରାକୁ ଗୁରୁତର ଭାବେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରଥମିକ ଚିକିତ୍ସା କରାଯାଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଗାଙ୍ଗପୁର ପୁଲିସ କେସ୍ ନମ୍ବର ୮୦୫ରେ ମାମଲା ରୁଜୁ କରି ଅଭିଯୁକ୍ତ ଦାଦା ଶିଶିର ନାୟକକୁ ଆଜି ଗିରଫ କରିଛି।

ସୂଚନା ପ୍ରକାରେ, ଗତ ୨୭ ତାରିଖ ଶୁକ୍ରବାର ସନ୍ଧ୍ୟାରେ ଶିଶିର କେନାଲରେ ବେନ୍ଦା ପକାଇଥିବା ବେଳେ ରାତିରେ ତାଙ୍କ ମାଛ କିଏ ଚୋରି କରି ନେଇଥିଲା। ଏନେଇ ଶିଶିର ତାର ପୁତୁରା ବିନୋଦକୁ ସନ୍ଦେହ କରି ତାଙ୍କ ଘର ଆଗକୁ ଆସି ଗାଳିଗୁଲଜ କରିଥିଲା। କିନ୍ତୁ ବିନୋଦ ମାଛ ନେଇନଥିବା କହିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଶିଶିର ରାଗିଯାଇ ଏକ ମାଂସ ହଣା କଟୁରିରେ ବିନୋଦର ବେକକୁ କାଟିଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ସ୍ଥାନୀୟ ଲୋକେ ବିନୋଦକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୋବରା ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ବିନୋଦର ଏତାଲାକୁ ଆଧାର କରି ଗାଙ୍ଗପୁର ପୁଲିସ ଶରତକୁ ଖୋଜାଖୋଜି ଆରମ୍ଭ କରିଥିଲା।

ତେବେ ଶନିବାର କୁମାରପୂର୍ଣ୍ଣିମା ଥିବାରୁ ଶିଶିର ରବିବାର ଭୋରରୁ ଗ୍ରାମକୁ ଆସିଥିବା ପୁଲିସ ଖବର ପାଇଥିଲା। ପରେ ଭାରପ୍ରାପ୍ତ ଥାନାଧିକାରୀ ଶୁଭ୍ରଜିତ ସାମନ୍ତରାୟଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ପୁଲିସ ଟିମ୍ ଗ୍ରାମରେ ଚଢ଼ଉ କରି ଶିଶିରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗାଙ୍ଗପୁର ଥାନା ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe