Medical Dialogues
ବୁଗୁଡ଼ା: ଝିଆରୀ ଘରୁ ପଦାକୁ ବାହାରିବାରୁ ରାଗ ସହି ନପାରି ଛୁରାମାଡ଼ କଲା କକା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ବଣପଲ୍ଲୀ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା। କକା ଧନୁ ନାଇକଙ୍କ ଛୁରା ମାଡ଼ରେ ଝିଆରୀ ସନ୍ତୋଷୀ ଗୁରୁତର ହୋଇଛନ୍ତି। ସନ୍ତୋଷୀଙ୍କ ବେକ ଓ ପେଟରେ ଗଭୀର କ୍ଷତ ହୋଇ ଥିବାରୁ ବୁଗୁଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନାନୁସାରେ, ରଙ୍କନିଧି ନାଇକଙ୍କ ଝିଅ ହେଉଛନ୍ତି ସନ୍ତୋଷୀ। କକା ଧନୁ ପଡ଼ୋଶୀରେ ରହୁଛନ୍ତି। ୫ ଦିନ ତଳେ ସନ୍ତୋଷୀ ପାଣି ଆଣିବାକୁ ସାହି ନଳକୂପକୁ ଆସିଥିବା ବେଳେ କକା ଧନୁ ତାଙ୍କୁ କାହିଁକି ପଦାକୁ ଆସିଛୁ ବୋଲି କହି ତାଗିଦ୍ କରିବା ସହ ବାଡ଼େଇଥିଲେ। ଫଳରେ ସନ୍ତୋଷୀଙ୍କ ବାପା ରଙ୍କନିଧି ଏହାର ପ୍ରତିବାଦ କରିବା ସହ ଏଥିରୁ ନିବୃତ୍ତ ରହିବାକୁ ଭାଇ ଧନୁଙ୍କୁ କହିଥିଲେ।
DNA Indiaଆଜି ସକାଳ ପ୍ରାୟ ସାଢ଼େ ୮ଟାରେ ସନ୍ତୋଷୀ ତାଙ୍କ ସାନଭଉଣୀ ସହ ମାଟି ଆଣିବା ପାଇଁ ବିଲକୁ ଯାଇଥିଲେ। ଦୁଇଭଉଣୀ ବିଲରେ ଥିବା ସମୟରେ କକା ଧନୁ ସେଠାରେ ପହଞ୍ଚିଥିଲେ। ପୂର୍ବରୁ ସନ୍ତୋଷୀଙ୍କୁ ଘରୁ ନବାହାରିବାକୁ ଆକଟ କରିଥିବା ବେଳେ ଧନୁ ତାଙ୍କୁ ପୁଣି ଦେଖି ରାଗିଯାଇଥିଲେ। ସେଠାରେ ପହଞ୍ଚି ଗାଳିଗୁଲଜ କରିଥିଲେ। ତାଙ୍କ ବେକକୁ ଛୁରୀରେ କାଟିବା ସହ ପେଟରେ ଭୁସି ଦେଇଥିଲେ।
ସନ୍ତୋଷୀଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ଡାକ୍ତରଖାନାକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ସନ୍ତୋଷୀଙ୍କଠୁ ଘଟଣା ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲା। ଏନେଇ ବୁଗୁଡ଼ା ଥାନାରେ କେସ୍ ନମ୍ବର ୩୩ ଅନୁସାରେ ଏକ ମାମଲା ରୁଜୁ ସହ ଅଭିଯୁକ୍ତ ଧନୁଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଥାନାଧିକାରୀ ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି।
Follow Us