Uncle beats nephew to death for delivering meat
ଅନୁଗୁଳ: ପୁତୁରାକୁ ପିଟିପିଟି ମାରି ଦେଇଛନ୍ତି ଦାଦା। ପୁତୁରା ମାଂସଭାତ ନେଇ ଦେଇଥିବା ବେଳେ ପୁତୁରାକୁ ବାଉଁଶ ଠେଙ୍ଗାରେ ପିଟିପିଟି ମାରି ଦେଇଛନ୍ତି। ମାରି ସାରିଲା ପରେ ୨୦୦ ମିଟର ଘୋଷାଡି ନେଇ ପକାଇ ଦେଇଛନ୍ତି। ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଡ଼କଞ୍ଜନି ଗ୍ରାମରେ ଏଭଳି ଏକ ଅଭାବ ନିୟ ଘଟଣା ଘଟିଛି।
ବଡ଼କଞ୍ଜନି ଗ୍ରାମର ସ୍ବର୍ଗତ ପଦ୍ମନାଭ ଦାସଙ୍କ ପୁଅ ସୁଦର୍ଶନ ଦାସ (୩୭) ତାଙ୍କ ଦାଦା ବସନ୍ତ କୁମାର ଦାସଙ୍କ ପାଖକୁ ମାଂସଭାତ ଗ୍ରାମ ନିକଟରେ ଥିବା ମଶାଣୀ ଖଣ୍ଡିକୁ ଗତ କାଲି ରାତି ଦଶଟା ବେଳେ ନେଇ ଦେଇଥିଲେ। କିନ୍ତୁ ସକାଳ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ସୁଦର୍ଶନଙ୍କ ସ୍ତ୍ରୀ ଖୋଜାଖୋଜି କରିଥିଲେ।
ମଶାଣୀ ଖଣ୍ଡିରେ ଦେଖିଲା ବେଳକୁ ସୁଦର୍ଶନଙ୍କ ମୃତଦେହ ଦେଖିବାକୁ ମିଳିଛି। ବସନ୍ତ କୁମାର ଦାସ ସୁଦର୍ଶନଙ୍କୁ ପିଟିପିଟି ମାରି ଦେଇଥିବା ଜାଣିବା ପରେ ଗ୍ରାମ ଲୋକ ପହଞ୍ଚି ବସନ୍ତ କୁମାର ଦାସକୁ ଗଛରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ସଦର ପୁଲିସ ପହଞ୍ଚି ତଦନ୍ତ କରୁଛି।
ବସନ୍ତ କୁମାର ଦାସଙ୍କ ମୁଣ୍ତ ଦୋଷ ଥିବାରୁ ଗ୍ରାମର ମଶାଣୀ ଖଣ୍ଡିରେ ରହୁଥିଲେ। ଗତ କାଲି ସୁଦର୍ଶନ ମାଂସଭାତ ନେଇ ଦେଇଥିବା ବେଳେ ବାଉଁଶ ବାଡ଼ିରେ ପିଟିପିଟି ମାରି ଦେଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।
Follow Us