ଜମିବାଡ଼ି ବିବାଦକୁ ନେଇ ହତ୍ୟା: ପୁତୁରାର ତୀରମାଡ଼ରେ ଦାଦାଙ୍କ ମୃତ୍ୟୁ

ଜମିବାଡ଼ି ବିବାଦକୁ ନେଇ ହତ୍ୟା: ପୁତୁରାର ତୀରମାଡ଼ରେ ଦାଦାଙ୍କ ମୃତ୍ୟୁ

ତେଲକୋଇ: ଜମିବାଡ଼ି ବିବାଦରୁ ଜଣେ ବ୍ୟକ୍ତିଙ୍କୁ ତୀର ମାରି ହତ୍ୟା କରାଯାଇଛି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ଫାଣ୍ଡି ଅନ୍ତର୍ଗତ ତିଗିରିଆ ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ହେଲେ ରାମରାଇ ମୁଣ୍ଡା(୫୮)। ସେ ଯାଜପୁର ଜିଲ୍ଲାର କାଳିଆପାଣିରେ ଚାକିରି କରିଛନ୍ତି। ମୂଳ ଘର କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ପଞ୍ଚାୟତ ଅନ୍ତର୍ଗତ ତିଗିରିଆ ଗ୍ରାମରେ। ଆଜି ଅପରାହ୍ନରେ ତିଗିରିଆ ନିକଟ ଟେମ୍ପେଲେଇସ୍ଥିତ ଚାଷ ଜମିରେ ଶ୍ରମିକ ଲଗାଇ ଘାସ ବାଛୁଥିବା ବେଳେ ତାଙ୍କ ପୁତୁରା ଦାସ ମୁଣ୍ଡା(୩୫)ଏହାକୁ ବିରୋଧ କରିଥଲା। ପରେ ଧନୁତୀର ମାରି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଝିଅ ଜେମା ଚାଖି ସୁକିନ୍ଦା ବ୍ଲକ ୩୭ ଜିଲ୍ଲା ପରିଷଦ ଜୋନ୍ ସଦସ୍ୟା ରହିଛନ୍ତି। ଏହି ଖବର ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe