ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ବଡ଼ବାପାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ

Advertisment
ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ବଡ଼ବାପାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ବିଧାରପୁର ପଞ୍ଚାୟତ ଝିଲି ଗ୍ରାମରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଘଣ୍ଟା୩୦ ମିନିଟ୍ ସମୟରେ ବଡ଼ବାପା ଧନେଶ୍ଵର ଦେହୁରୀୁଙ୍କର ଟାଙ୍ଗିଆ ଚୋଟରେ ପୁତୁରା  ଗୌରାଙ୍ଗ ଦେହୁରୀ (୩୪)ଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଧନେଶ୍ଵର ଓ ଗୌରାଙ୍ଗ ବସିଥିବା ବେଳେ ହଠାତ୍ ଧନେଶ୍ଵର ଏକ ଟାଙ୍ଗିଆ ଆଣି ଗୌରାଙ୍ଗଙ୍କୁ ହାଣି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ପୁତୁରା ଗୌରାଙ୍ଗଙ୍କର ମ୍ରୃତ୍ୟୁ ହୋଇଥିଲା।

ଖବର ପାଇ ଗଁଦିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧନେଶ୍ଵରକୁ ଅଟକ ରଖିଥିବା ବେଳେ ଶବକୁ ଜବତ କରିଛି। ସ୍ଥାନୀୟ ଲୋକମାନଙ୍କ ସୂଚନା ଅନୁସାରେ, ଆଜି ଉଭୟଙ୍କ ମଧ୍ୟରେ କୈ।ଣସି ଗଣ୍ଡଗୋଳ ହୋଇନଥିବା ବେଳେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe