ଜମିଜମା ଗଣ୍ଡଗୋଳରୁ ଭଣଜାଙ୍କୁ ହତ୍ୟା କଲା ମାମୁ, ହତ୍ୟାକାରୀ ଥାନାରେ ଆତ୍ମସମର୍ପଣ

Advertisment
ଜମିଜମା ଗଣ୍ଡଗୋଳରୁ ଭଣଜାଙ୍କୁ ହତ୍ୟା କଲା ମାମୁ, ହତ୍ୟାକାରୀ ଥାନାରେ ଆତ୍ମସମର୍ପଣ

କୋଷାଗୁମୁଡ଼ା: ମାମୁର ହାତରେ ଭଣଜାର ଜୀବନ ଯାଇଛି। ଜମିଜମାକୁ କେନ୍ଦ୍ର କରି ଦୁଇଜଣଙ୍କ ମଧ୍ୟରେ ଶତ୍ରୁତା ଲାଗିରହିଥିବା ବେଳେ ରବିବାର ଏହା ଉଗ୍ରରୂପ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ଟେମେରା ପଞ୍ଚାୟତ ମଙ୍ଗିଆଗୁଡା ଗ୍ରାମରେ।

ସୂଚନା ଅନୁସାରେ ରବିବାର ସକାଳେ ଗ୍ରାମର ଘନ ଭତରା (୪୭) ନିଜ ଚାଷ ଜମିକୁ ସାର ପ୍ରୟୋଗ କରିବାକୁ ଯାଇଥିଲେ। ଏହି ସମୟରେ ସମ୍ପର୍କୀୟ ମାମୁ ରଘୁ ଭତରା ଏକ କୋଦାଳରେ ଭଣଜା ଘନ ଭତରାଙ୍କୁ ପଛପଟୁ ପ୍ରହାର କରିଥିଲା। ପ୍ରହାର ଉପରେ ପ୍ରହାର କରିବାରୁ ଘନ ଭତରାର ଚାଷ କାର୍ଯ୍ୟ କରୁଥିବା ଜମି ମଧ୍ୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ମାମୁଁ ଭଣଜାଙ୍କ ମଧ୍ୟରେ ଜମିଜମାକୁ କେନ୍ଦ୍ର କରି ଗଣ୍ଡଗୋଳ ଲାଗି ରହିଥିଲା। ଭଣଜାକୁ ହତ୍ୟା କରି ଅଭିଯୁକ୍ତ ମାମୁ ରଘୁ କୋଷାଗୁମୁଡ଼ା ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳକୁ ଯାଇ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଚଳାଇଥିବା ବେଳେ ଏନେଇ ଥାନାରେ ମାମଲା ରୁଜୁ କରାଯାଇଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe