ଚଳନ୍ତା ସ୍ଲିପର ବସରେ ନାବାଳିକାଙ୍କୁ ବଡ଼ବାପାର ଦୁଷ୍କର୍ମ ଅଭିଯୋଗ

ଚଳନ୍ତା ସ୍ଲିପର ବସରେ ନାବାଳିକାଙ୍କୁ ବଡ଼ବାପାର ଦୁଷ୍କର୍ମ ଅଭିଯୋଗ

ଦଶରଥପୁର: ମା ଅସୁସ୍ଥ ଥିବା କହି ନାବାଳିକା ଝିଅକୁ ସାଙ୍ଗରେ ମେଡିକାଲ ଯିବାକୁ ଡ଼ାକିନେଇଥିଲେ ସମ୍ପକୀୟ ବଡ଼ବାପା। ଭଦ୍ରକରୁ କଲିକତା ଯାଉଥିବା ଏକ ସ୍ଲିପର ବସରେ ନେଇ ସ୍ଲିପର ସିଟରେ ଜବରଦସ୍ତ ୪/୫ ଥର ଦୁଷ୍କର୍ମ କରିଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅଞ୍ଚଳରେ।

ଅଭିଯୋଗ ଅନୁଯାୟୀ, ଗାଁର ଦୟାନିଧି ଜେନା (୪୫) ଗତକାଲି (୧୯ ତାରିଖ) ସକାଳ ୬ଟା ସମୟରେ ସେହି ଗାଁର ଜଣେ ସଂପର୍କୀୟ ଝିଆରୀ (୧୬) ପୁରୁଣାସାହି ଗାଁକୁ ଟିଉସନ ପାଇଁ ଯିବା ସମୟରେ ଦୟାନିଧି ପାୟଲର ମା ଅସୁସ୍ଥ ଥିବା କହି ତାଙ୍କ ସହିତ ଭଦ୍ରକ ମେଡିକାଲକୁ ଯିବାକୁ କହିଥିଲେ। ମା ଅସୁସ୍ଥ ଶୁଣି ହଠାତ ସମ୍ପର୍କୀୟ ବଡ଼ବାପା ଦୟାନିଧିଙ୍କ ସହିତ ଏକ ବାଇକରେ ବସି ଯାଇଥିଲେ ପୀଡ଼ିତା। ବାଇକରେ ପ୍ରଥମେ ଆରଡ଼ିକୁ ଯାଇ ଏକ ପେଟ୍ରୋଲ ପମ୍ପରେ ବାଇକ ରଖି ବସରେ ଭଦ୍ରକ ଯାଇଥିଲେ।

ଭଦ୍ରକରେ ପହଞ୍ଚି ଏକ ସ୍ଲିପର ବସରେ ସ୍ଲିପର ସିଟରେ ଉଭୟ ବସିଥିଲେ। ସ୍କିନ ଟାଣି ଦୟାନିଧି ଝିଆରୀକୁ ବାରମ୍ବାର ଦୁଷ୍କର୍ମ କରିଚାଲିଥିଲା। ପାଟିକଲେ କିମ୍ବା କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଏହାପରେ କଲିକତାରେ ପହଞ୍ଚି ପୁଣି ଭଦ୍ରକ ଆସିଥିଲେ। ରାତି ୩ଟାରେ ଭଦ୍ରକରେ ପହଞ୍ଚି ଏକ ଅଟୋରେ ଗାଁକୁ ଆଣିବା ବାଟରେ ମାଲିକାପୁର - ପଳାସାହି ଠାରେ ଏକ ରାସ୍ତାରେ ଭୋର୍ ସାଢ଼େ ୪ଟାରେ ଛାଡି ଚାଲିଯାଇଥିଲେ। ଏନେଇ ଦଶରଥପୁର ଥାନାରେ ଅଭିଯୋଗ ହୋଇଛି। ଆଇଆଇସି ବଦ୍ରିକାନାଥ ବେହେରା ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe